ଆନନ୍ଦପୁର: ବିବାହିତା ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ। ଏପରି ଘଟଣା କେନ୍ଦୁଝର ଘସିପୁରା ଥାନା ବାରିଗାଁ ଗ୍ରାମରେ ଘଟିଛି। କିନ୍ତୁ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ବାପଘର ଲୋକେ ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।
ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ରହଣିଆ ଗାଁର ଲକ୍ଷ୍ମୀଧର ଓଝାଙ୍କ ଝିଅ କବିତା ଘସିପୁରା ଥାନା ବାରିଗାଁ ଦିନବନ୍ଧୁ ଓଝାଙ୍କ ପୁଅ ରାଜେନ୍ଦ୍ର ସହିତ ପ୍ରେମ ବିବାହ କରିଥିଲେ। ହେଲେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ଆସୁଥିଲା ରାଜେନ୍ଦ୍ର। ଯୌତୁକ ପାଇଁ ପୂର୍ବରୁ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି କନ୍ୟା ପିତା । ଘଟଣା ବିଷୟରେ ଘସିପୁରା ପୋଲିସ ଅଭିଯୋଗ ପାଇ ମୃତଦେହ ଜବତ କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ