ETV Bharat / state

ମନ ମୋହୁଛି ସୁନେଲି ସୋରିଷ କ୍ଷେତ, ପାହାଡ଼ିଆ ଚାଷୀଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ - ଧରଣୀ ରାଣୀକୁ ସ୍ପର୍ଶ କଲାଣି ଶୀତ ଋତୁ

ମନ ମୋହୁଛି ସୁନେଲି ସୋରିଷ କ୍ଷେତ । ଜଙ୍ଗଲର ସବୁଜ ବନାନୀ ଭିତରେ ହସୁଛି ଏହି ହଳଦିଆ କ୍ଷେତ । ଏହି ହଳଦୀମୁଖୀ ସୋରିଷ କ୍ଷେତ କେନ୍ଦୁଝର ଜିଲ୍ଲା ପାହାଡ଼ିଆ ଅଞ୍ଚଳର ଶୋଭା ବର୍ଦ୍ଧନ କରିବା ସହିତ ଏଠାକାର ଅଞ୍ଚଳବାସୀଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ପାଲଟିଛି । ଦେଖନ୍ତୁ ଏହି ରିପୋର୍ଟ

ମନ ମୋହୁଛି ସୁନେଲି ସୋରିଷ କ୍ଷେତ, ପାହାଡ଼ିଆ ଚାଷୀଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ

author img

By

Published : Nov 29, 2022, 9:42 PM IST

କେନ୍ଦୁଝର: ଧରଣୀ ରାଣୀକୁ ସ୍ପର୍ଶ କଲାଣି ଶୀତ ଋତୁ । ଶୀତ ଋତୁରେ ପାହାଡ଼ ଜଙ୍ଗଲର ଫୁଲ ସବୁଜବଣ କେନ୍ଦୁଝର ଜିଲ୍ଲାର ଶୋଭା ବଢ଼ାଉଛି । ଏହି ପାହାଡ଼ର ଶୋଭାକୁ ଆହୁରି ଦ୍ବିଗୁଣିତ କରୁଛି ସୁନେଲି ରଙ୍ଗର ସୋରିଷ କ୍ଷେତ । ପାହାଡ଼କୁ ଯେପରି ହଳଦୀ ଓଢଣୀରେ ଢାଙ୍କି ଦେଇଛି ହଳଦୀମୁଖୀ ସୋରିଷ କ୍ଷେତ । ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁରର ପାହାଡରେ କାହିଁ କେତେ କାଳରୁ ହୋଇଆସୁଛି ତୈଳବୀଜ ସୋରିଷ ଫସଲ । ଯାହାକି ଅଞ୍ଚଳବାସୀଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ସାଜିଥିବା ବେଳେ ପାହାଡ଼ର ଶୋଭାକୁ ଦ୍ବିଗୁଣିତ କରୁଛି ।

ମନ ମୋହୁଛି ସୁନେଲି ସୋରିଷ କ୍ଷେତ

ଏଠାକାର ବନବାସୀ ଅଧିବାସୀଙ୍କ ଧାନ ମୁଖ୍ୟ ଫସଲ ହୋଇଥିବା ବେଳେ ପାହାଡ଼ର ଢାଲୁ ଅଞ୍ଚଳରେ ଶୀତ ଋତୁ ପୂର୍ବରୁ ମକା ଚାଷ ହୋଇଥାଏ । ମକା ପରେ ପରେ ସୋରିଷ, ରାଶି ଚାଷ କରିଥାନ୍ତି । ଏହି ସୋରିଷ, ରାଶି ଏକ ପ୍ରକାରର ଏହି ଅଧିବାସୀଙ୍କ ଆୟର ମୁଖ୍ୟସ୍ରୋତ ହୋଇଥାଏ । ଏହି ସୋରିଷ ପାଇଁ ବିଶେଷ ପରିଶ୍ରମ କି ପାଣିର ଆବଶ୍ୟକ ହୋଇ ନଥାଏ । ସୋରିଷ ଅମଳ ପର୍ଯ୍ୟନ୍ତ ସ୍ଥାନୀୟ ଅଧିବାସୀ ଏହାର ପତ୍ରକୁ ଶାଗ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । ଏହି ସୋରିଷ ଅମଳ ହେବା ପରେ ଅଧିବାସୀମାନେ ଘରର ଆବଶ୍ୟକ ଅନୁସାରେ ତେଲ ପେଡିଥାନ୍ତି । ଘରର ଆବଶ୍ୟକ ମେଣ୍ଟାଇବା ପରେ ଅନ୍ୟ ସୋରିଷକୁ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି ।

ସୋରିଷ ଫସଲ ସମ୍ପର୍କରେ ଜଣେ ଚାଷୀ କହିଛନ୍ତି, " ଏହି ସମୟରେ ସୋରିଷ ଚାଷ କରାଯାଏ । ଚଳିତ ବର୍ଷ କମ ବର୍ଷା ହୋଇଛି । ତଥାପି ଭଲ ଫସଲ ହୋଇଛି । ଆଉ ଟିକେ ଅଧିକ ବର୍ଷା ହୋଇଥିଲେ ଆହୁରି ଭଲ ଫସଲ ହୋଇଥାନ୍ତା । ସୋରିଷ, ରାଶି ଭଳି ଚାଷ କରି ଆମେ ଗୁଜୁରାଣ ମେଣ୍ଟାଇଥାଉ । ସୋରିଷ ବଦଳରେ ଚାଉଳ ଆଦି ମଧ୍ୟ କ୍ରୟ କରିଥାଉ ।"

ଏହା ସହ ବଳକା ସୋରିଷକୁ ବଦଳ କରି ଘର ପାଇଁ ଚାଉଳ ନେଇଥାନ୍ତି ଅଧିବାସୀମାନେ । ଏହି ପାହାଡ଼ିଆ ସୋରିଷର ସ୍ଥାନୀୟ ବଜାରରେ ଭଲ ଚାହିଦା ରହିଥିବା ବେଳେ ଏହା ଅହି ଅଧିବାସୀଙ୍କ ଏକ ପ୍ରକାରର ଘରର ତେଲ ଲୁଣର ସଂସାରର ସହାୟକ ହୋଇଥାଏ । ଏହି ସୋରିଷ ଚାଷ ପାଇଁ ଏବେ ପ୍ରଶାସନ ମଧ୍ୟ ସହାୟତାର ହାତ ବଢ଼ାଉଛି । ଏହି ସୋରିଷ କ୍ଷେତ ଶୀତ ଋତୁରେ ଦୁଇ ମାସ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରକାରର ଆକର୍ଷଣର କେନ୍ଦ୍ର ପାଲଟିଯାଏ । ଅନେକ ପର୍ଯ୍ୟଟକ ମଧ୍ୟ ସୋରିଷ କ୍ଷେତକୁ ଦେଖି କ୍ଷଣିକ ରହି ଫଟୋ ଉଠାଇବା ମଧ୍ୟ ଦେଖିବାକୁ ମିଳିଥାଏ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.