ETV Bharat / state

Municipal Polls: ଘର ଘର ବୁଲି ପ୍ରଚାର କରୁଛନ୍ତି BJD ପ୍ରାର୍ଥୀ - ପୌର ନିର୍ବାଚନ ଖବର

ଆସୁଛି ପୌର ନିର୍ବାଚନ । ଗଡ ହାତେଇବାକୁ ବିଭିନ୍ନ ଦଳ ନିଜର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ପୌର ନିର୍ବାଚନକୁ ନେଇ କେନ୍ଦୁଝରରେ ପ୍ରଚାର ଜୋର ଧରିଛି । ଅଧିକ ପଢନ୍ତୁ

Municipal Poll: ଘର ଘର ବୁଲି ପ୍ରଚାର କରୁଛନ୍ତି BJD ପ୍ରାର୍ଥୀ

author img

By

Published : Mar 17, 2022, 2:14 PM IST

କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହି ଖରା ତାତିକୁ ଆହୁରି ବଢ଼ାଉଛି ପୌର ନିର୍ଵାଚନ ତାତି । ପୌର ନିର୍ବାଚନ ଯେତିକି ପାଖଉଛି ଡୋର ଟୁ ଡୋର କ୍ୟାମ୍ପେନ ସେତିକି ଜୋରଦାର ହେଉଛି । ଘରକୁ ଘର ଯାଇ ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀ ପ୍ରାର୍ଥିନୀ ଏବେ ନିର୍ବାଚନୀ ମଇଦାନରେ ।

Municipal Poll: ଘର ଘର ବୁଲି ପ୍ରଚାର କରୁଛନ୍ତି BJD ପ୍ରାର୍ଥୀ

ଏଥର କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ପଦ ପାଇଁ ଶାସକ ବିଜେଡି ଓ ବିରୋଧୀ ଦଳ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ଦୁଇ ଦଳର ପ୍ରାର୍ଥୀ, ପ୍ରମୁଖ ନେତା ଏବେ ୱାର୍ଡ ୱାର୍ଡ ବୁଲି ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ବିଜେଡି ଦଳର ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଘରକୁ ଘର ଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ କେନ୍ଦ୍ରକରି ଭୋଟ ଭିକ୍ଷା କରୁଛନ୍ତି । ବିଜେଡିର ଏହି ପ୍ରଚାରରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳୁଛି ।

ବିଜେପି ଓ କଂଗ୍ରେସ ପୌରପାଳିକା ଗୁଡିକରେ ଅତୀତରେ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାରକୁ ମୁଦ୍ଦା କରିଛନ୍ତି । ଏହାସହ ଡ୍ରେନେଜ, ପିଇବା ପାଣି ସମସ୍ୟା, ଅସମ୍ପୂର୍ଣ୍ଣ ରାସ୍ତା ଆଦି ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପଞ୍ଚାୟତ ନିର୍ଵାଚନରେ ବିଜୟ ଭଳି ପୌର ନିର୍ବାଚନରେ ମଧ୍ୟ ବାଜିମାତ କରିବା ନେଇ ଆଶା ରଖିଛି ବିଜେଡି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.