ETV Bharat / state

ପୋଖରୀରେ ବୁଡି ମା'-ଝିଅ ମୃତ, ଗାଁରେ ଶୋକର ଛାୟା - ମା ଝିଅଙ୍କ ମୃତ୍ୟୁ

ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଗଲେ ମା ଝିଅ । ଉଭୟ ମୃତ । ଅଧିକ ପଢନ୍ତୁ...

ପୋଖରୀରେ ବୁଡି ଆଖି ବୁଜିଲେ ମାଆ ଝିଅ; ଗାଁରେ ଶୋକର ଛାୟା

author img

By

Published : Aug 4, 2021, 12:52 PM IST

କେନ୍ଦୁଝର: ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଗଲେ ମା ଝିଅ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଜାମୁପଶି ସାହିରେ ଘଟିଛି ଅଘଟଣ । ଯାହାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ପୋଖରୀରେ ବୁଡି ଆଖି ବୁଜିଲେ ମାଆ ଝିଅ; ଗାଁରେ ଶୋକର ଛାୟା

ସୂଚନା ଅନୁଯାୟୀ ସାହିର ବାସୁଦେବ ନାଏକଙ୍କ ସ୍ତ୍ରୀ ଦ୍ରୌପଦୀ ନାଏକ ଚାଷ କାମରୁ ଫେରି ସନ୍ଧ୍ୟା ସମୟରେ ସାନ ଝିଅ ରିଙ୍କି ନାଏକଙ୍କ ସହିତ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ମା ଝିଅ ଉଭୟ ପାଣିରେ ବୁଡ଼ି ଯାଇଥିଲେ । ମା ଓ ଝିଅ ଘରକୁ ଫେରିବାର ଡେରି ହେବାରୁ ବଡ ଝିଅ ବ୍ୟସ୍ତ ହୋଇ ଖୋଜା ଖୋଜି ପରେ ପୋଖରୀରେ ମା ଭାସୁଥିବାର ଦେଖିଥିଲା ।

ସାହି ଲୋକଙ୍କୁ ଡାକି ଗଭୀର ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା । ସାନ ଝିଅକୁ ଖୋଜି ପାଇ ନଥିଲେ । ଫଳରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ଗଭୀର ପୋଖରୀ ମଧ୍ୟରୁ ଝିଅର ମୃତଦେହକୁ ଉଦ୍ଧାର କରିଥିଲେ । ଦୁଇ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ହରିଚନ୍ଦନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହରିଚନ୍ଦନପୁର ପୋଲିସ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.