ETV Bharat / state

କେନ୍ଦୁଝର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷକଙ୍କୁ ଦେଲେ ଗୁରୁମନ୍ତ୍ର - ଧରଣୀଧର ଉଚ୍ଚ ବିଦ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ଦୁଝର ଗସ୍ତରେ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ନେଇ ଯାଉଥିବା ୨ଟି ସ୍କୁଲ୍‌ ବସକୁ ରାସ୍ତାରେ ଅଟକାଇଥିଲେ । ଅଧିକ ପଢନ୍ତୁ

କେନ୍ଦୁଝର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷକଙ୍କୁ ଦେଲେ ଗୁରୁମନ୍ତ୍ର

author img

By

Published : Jun 23, 2022, 10:51 PM IST

କେନ୍ଦୁଝର: ଆକ୍ସନ୍ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆଜି(ଗୁରୁବାର) କେନ୍ଦୁଝର ଗସ୍ତରେ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କ୍ଷମତା ଠାରୁ ଅଧିକ ଛାତ୍ରଛାତ୍ରୀ ନେଇ ଯାଉଥିବା ୨ଟି ସ୍କୁଲ୍‌ ବସକୁ ରାସ୍ତାରେ ଅଟକାଇଥିଲେ । ଏଥିପାଇଁ ସମ୍ପୃକ୍ତ ଆନନ୍ଦପୁର ଅଞ୍ଚଳର ‘ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ’ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଏହି ୨ଟି ସ୍କୁଲ୍ ବସକୁ ସିଜ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

କେନ୍ଦୁଝର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷକଙ୍କୁ ଦେଲେ ଗୁରୁମନ୍ତ୍ର

ସୂଚନା ଅନୁଯାୟୀ, କୋଭିଡ଼୍ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ମାନଙ୍କରେ କିଭଳି ଭାବେ ସଠିକ୍ ଭାବେ ପାଠପଢ଼ା ହୋଇପାରିବ, ସେ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଏକ ବୈଠକରେ ଯୋଗ ଦେବା ପାଇଁ ଆସିବା ସମୟରେ ଘସିପୁରା ନିକଟରେ ଏହି ୨ଟି ବସକୁ ମନ୍ତ୍ରୀ ରାସ୍ତାରେ ଅଟକାଇଥିଲେ । ମନ୍ତ୍ରୀଙ୍କ ସହ ଧରଣୀଧର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲାର ସମସ୍ତ ବିଧାୟକ ମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.