କେନ୍ଦୁଝର: ଜିଲ୍ଲାରେ ଲୁହାପଥର ପରିବହନ ଲକ୍ଷ୍ୟ ପୂରଣ ନ କରିପାରିବାରୁ ଜେଏସଡବ୍ଲୁ, ମିତ୍ତଲ, ସିରାଜୁଦିନ ଏବଂ ନର୍ଭେରାମ ଭଳି ଖଣି କମ୍ପାନୀଙ୍କୁ ନୋଟିସ ଜାରି ହୋଇଛି । କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ୧୯ ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନେଇ ଗତବର୍ଷ ନିଲାମ କରାଯାଇଥିଲା ।
ଆଉ ସେଥି ମଧ୍ୟରୁ ୯୩ ପ୍ରତିଶତରୁ ୧୬୦ ପ୍ରତିଶତ ପ୍ରିମିୟମ ଦେଇ ଖଣି ଲିଜ ନେଇ ଥିଲେ ହେଁ ତାଙ୍କ ଟାର୍ଗେଟ ପୂରଣ କରିପାରିନାହାନ୍ତି । ଫଳରେ ଏମଡିପିଏ ଚୁକ୍ତି ଅନୁସାରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୋଡ଼ା ଖଣି ମଣ୍ଡଳ ଅଧିକାରୀ ନୋଟିସ ଜାରି କରିଛନ୍ତି । ଏହି ଖଣି ମଧ୍ୟରେ ଅର୍ସେଲର ମିତ୍ତଲ ୧୪୫ କୋଟି, ନର୍ଭେରମ କମ୍ପାନୀକୁ ୧୪୮୩ କୋଟି ୭୪ ଲକ୍ଷ, ଜେଏସଡବ୍ଲୁକୁ ୭୧୭ କୋଟି, ଜଗତଜନନୀ ସର୍ଭିସେସକୁ ୨୮୭ କୋଟି ଟଙ୍କା ଡିମାଣ୍ଡ ନୋଟିସ ଜାରି କରିଛନ୍ତି ।
ତେବେ ଜେଏସଡବ୍ଲୁ ତାର ଏକ ଲୁହାପଥର ଖଣିକୁ ଫେରାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏନେଇ କୌଣସି ଖଣି କମ୍ପାନୀ କି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ