ETV Bharat / state

ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ 2 ଦିନିଆ କେନ୍ଦୁଝର ଗସ୍ତ - ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ

କେନ୍ଦୁଝର ଗସ୍ତରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ବୈଠକରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ 2 ଦିନିଆ କେଉଁଝର ଗସ୍ତ

author img

By

Published : Mar 2, 2021, 7:51 PM IST

କେନ୍ଦୁଝର : ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ଦୁଇଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି । ଏହିଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ଜନଜାତି ସଦସ୍ୟଙ୍କ ସହ ସୌଜନ୍ୟମୂଳକ ବେଠକରେ ଯୋଗ ଦେଇଛନ୍ତି ।

ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ 2 ଦିନିଆ କେଉଁଝର ଗସ୍ତ

ଦୁୁଇଦିନିଆ ଗସ୍ତରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ । ସେ ସୋମବାର ସନ୍ଧ୍ୟାରେ କେନ୍ଦୁଝର ସହରସ୍ଥିତ ସର୍କିଟ ହାଉସରେ ରାତ୍ରଯାପନ କରି ଆଜି(ମଙ୍ଗଳବାର) ବିଭିନ୍ନ ଜନଜାତି ସମ୍ପର୍କିତ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଜିଲ୍ଲାରେ ବିଭିନ୍ନ ଆଦିବାସୀ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ପରେ ଗୋଣ୍ଡ ସମାଜ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଅନନ୍ତ ନାୟକ ଜିଲ୍ଲାର ବିଭିନ୍ନ ଜନଜାତି ସଦସ୍ୟଙ୍କ ସହ ସୌଜନ୍ୟମୂଳକ ବୈଠକ କରିଥିଲେ । ତେବେ ଏହି ଅବସରରେ ଆଗାମୀ ଦିନରେ ଆଦିବାସୀଙ୍କ ହିତ ପାଇଁ ସମସ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.