ETV Bharat / state

ମାଆର ଶେଷ ଦର୍ଶନ ପାଇଁ ପୁଅକୁ 5 ହଜାର ମାଗିଲେ ମେଡିକାଲ କର୍ମଚାରୀ - କୋଭିଡ ପରିଚାଳନା ଅବ୍ୟବସ୍ଥା

ମାଆର ଶେଷ ଦର୍ଶନ ପାଇଁ ପୁଅଠାରୁ 5 ହଜାର ଟଙ୍କା ମାଗିଲେ ମେଡିକାଲ କର୍ତ୍ତୃପକ୍ଷ । କେନ୍ଦୁଝର କୃଷ୍ଣପୁର ଗ୍ରାମରୁ ସାମ୍ନାକୁ ଆସିଛି କୋଭିଡ ପରିଚାଳନାର ଏହି ନଗ୍ନ ଚିତ୍ର । ଅଧିକ ପଢନ୍ତୁ...

ମାଆର ଶେଷ ଦର୍ଶନ ପାଇଁ ପୁଅକୁ 5 ହଜାର ଦାବି କଲେ ମେଡିକାଲ କର୍ମଚାରୀ

author img

By

Published : Jun 15, 2021, 1:37 PM IST

କେନ୍ଦୁଝର: ପଦାରେ ପଡିଲା କୋଭିଡ ପରିଚାଳନାର ପାରିବା ପଣିଆ । ମାଆର ଶେଷ ଦର୍ଶନ ପାଇଁ ପୁଅ ନିକଟରୁ 5 ହଜାର ଟଙ୍କା ଦାବି କଲେ ମେଡିକାଲ କର୍ମଚାରୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କୃଷ୍ଣପୁର ଗ୍ରାମରୁ ଘଟିଛି ଏହି ଅଭାବନୀୟ ଘଟଣା ।

ମାଆର ଶେଷ ଦର୍ଶନ ପାଇଁ ପୁଅକୁ 5 ହଜାର ଦାବି କଲେ ମେଡିକାଲ କର୍ମଚାରୀ

ସୂଚନାଯୋଗ୍ୟ, କୃଷ୍ଣପୁର ଗ୍ରାମର ବିମଳା ପତ୍ର(55) କୋରୋନାରେ ଆକ୍ରାନ୍ତ ହୋଇ କେନ୍ଦୁଝର ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କ ପରିବାର ଲୋକଙ୍କୁ କୌଣସି ଖବର ନ ଦେଇ ମୃତଦେହ ସତ୍କାର ପାଇଁ ଶ୍ମଶାନକୁ ନେଇଥିଲେ । ଏନେଇ ଖବର ପାଇଁ ମୃତକଙ୍କ ପୁଅ ମାଆର ଶେଷ ଦର୍ଶନ କରିବାକୁ ଚାହୁଁଥିବା କହିଥିଲେ । କିନ୍ତୁ ମାଆକୁ ଦେଖିବାକୁ ହେଲେ 5 ହଜାର ଦେବାକୁ ପଡିବ ବୋଲି କର୍ମଚାରୀମାନେ ତାଙ୍କୁ କହିଥିଲେ । ଯୁବକ ଜଣ ନିଜ କ୍ୟାମେରାର ଏହି ସମୟର ସମସ୍ତ ଗତିବିଧି ଓ କଥାବାର୍ତ୍ତା ରେକର୍ଡ କରୁଥିବା ଜାଣିବା ପରେ ସମ୍ପୃକ୍ତ କର୍ମଚାରୀ ନିଜ କଥା ବଦଳାଇଥିଲେ । ତେବେ ଯୁବକ ଜଣକଙ୍କର ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ କେବଳ ଏହି ଘଟଣା ନୁହେଁ, ଏଭଳି ଅନେକ ଘଟଣା ବାରମ୍ବାର ସାମ୍ନାକୁ ଆସୁଥିଲେ ହେଁ ପ୍ରଶାସନ ଓ ସରକାର ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି । ଏହି ଘଟଣା ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.