ETV Bharat / state

ଚିକିତ୍ସାରେ ଅବହେଳା: ପ୍ରସବ ପରେ ଭୁଲ ସିଲାଇ ଯୋଗୁଁ ରୋଗୀର ମଳତ୍ୟାଗ ବନ୍ଦ - ରୋଗୀର ମଳ ତ୍ୟାଗ ବନ୍ଦ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘୋର ଅବହେଳା । ପ୍ରସବ ପରେ ଭୁଲ ସିଲାଇ ଯୋଗୁଁ ରୋଗୀର ମଳତ୍ୟାଗ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଚିକିତ୍ସାରେ ଅବହେଳା: ପ୍ରସବ ପରେ ଭୁଲ ସିଲାଇ ଯୋଗୁଁ ରୋଗୀର ମଳ ତ୍ୟାଗ ବନ୍ଦ

author img

By

Published : Oct 28, 2021, 8:46 PM IST

କେନ୍ଦୁଝର: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କ୍ଷେତ୍ରରେ ଦେଖିବାକୁ ମିଳିଛି ବଡ଼ ଧରଣର ଅବହେଳା । ଜଣେ ମହିଳାଙ୍କ ପ୍ରସବ ପରେ ଭୁଲ ସିଲାଇ ଯୋଗୁଁ ତାଙ୍କ ମଳ ତ୍ୟାଗ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି । ପରିବାର ବର୍ଗ ମହିଳାଙ୍କୁ ପୁନଶ୍ଚ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

ଚିକିତ୍ସାରେ ଅବହେଳା: ପ୍ରସବ ପରେ ଭୁଲ ସିଲାଇ ଯୋଗୁଁ ରୋଗୀର ମଳ ତ୍ୟାଗ ବନ୍ଦ

ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ମୁଣ୍ଡା ସାହିର ଚିଙ୍ଗୁଡ଼ୁ ମୁଣ୍ଡାଙ୍କ ପତ୍ନୀ ସସ୍ମିତା ମୁଣ୍ଡାଙ୍କର ଗତ ୨୦ ତାରିଖରେ ପ୍ରସବ ବେଦନା ହୋଇଥିଲା । ଏଥିପାଇଁ ତାଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରକାଶ ଯେ ୨୦ ତାରିଖ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ନର୍ମାଲ ଡେଲିଭରି କରାଯାଇ କନ୍ୟା ସନ୍ତାନ ଜନ୍ମ କରାଯାଇଥିଲା । ଜନ୍ମ ପରଦିନ ୨୧ ତାରିଖ ସସ୍ମିତାଙ୍କୁ ଚିକିତ୍ସାଳୟରୁ ଡିସଚାର୍ଜ କରାଯାଇଥିଲା ।

ସସ୍ମିତା ୨୧ ତାରିଖ ଘରେ ପହଞ୍ଚିବା ପରଠୁ ତାଙ୍କର ସଠିକ୍ ଭାବେ ମଳତ୍ୟାଗ ନ ହେବା ସହ ପରିସ୍ରା ଦ୍ଵାର ଦେଇ ମଳ ବାହାରୁଥିବା ଜଣାପଡିବା ପରେ ୨୫ ତାରିଖ ତାକୁ ପୁନର୍ବାର ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରସବ ସମୟରେ ସିଲାଇରେ ତ୍ରୁଟି ଥିବା ଜଣାପଡିବା ପରେ ତାଙ୍କୁ ପୁନଶ୍ଚ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି ।

ଦାୟିତ୍ବହୀନ ଭାବେ ଚିକିତ୍ସା କାରଣରୁ ସସ୍ମିତା ଅସୁବିଧାରେ ପଡ଼ିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ବୁଝି କରି ଜଣାଇବେ ବୋଲି କହି କ୍ୟାମେରା ଆଗରୁ ଚାଲିଯାଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.