ETV Bharat / state

ନିଶା ନିବାରଣ ଅଭିଯାନରେ ସାମିଲ ହେଲେ ଶତାଧିକ ମହିଳା - Massive protest by rural women seeking liquor ban

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତର ଶତାଧିକ ମହିଳା ନିଶା ନିବାରଣ ଅଭିଯାନରେ ସାମିଲ ହୋଇଛନ୍ତି । ମଦ ପିଇ ଲୋକମାନେ ଘରେ ଅଶାନ୍ତି ସୃଷ୍ଟି କରିବା ସହ ରାସ୍ତାଘାଟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହା ଫଳରେ ସବୁ ବେଳେ ଗ୍ରାମରେ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି । ଅଧିକ ପଢନ୍ତୁ...

Massive protest by rural women seeking liquor ban
ନିଶାନିବାରଣ ଅଭିଯାନରେ ସାମିଲ ଶତାଧିକ ମହିଳା
author img

By

Published : Oct 7, 2020, 4:26 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତର ଶତାଧିକ ମହିଳା ନିଶାନିବାରଣ ଅଭିଯାନରେ ସାମିଲ ହୋଇଛନ୍ତି । ମଦ ପିଇ ଲୋକମାନେ ଘରେ ଅଶାନ୍ତି ସୃଷ୍ଟି କରିବା ସହ ରାସ୍ତାଘାଟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହା ଫଳରେ ସବୁ ବେଳେ ଗ୍ରାମରେ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି ।

ନିଶାନିବାରଣ ଅଭିଯାନରେ ସାମିଲ ଶତାଧିକ ମହିଳା

ଏଣୁ ପଞ୍ଚାୟତର ଆନ୍ଦୋଳନକାରୀ ମହିଳାମାନେ ପଞ୍ଚାୟତର କାର୍ଯ୍ୟାଳୟକୁ ତାଲା ପକାଇ ମଦ ବିରୋଧ ଆନ୍ଦୋଳନ କରିଛନ୍ତି । ପଞ୍ଚାୟତରେ ମଦ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.