କେନ୍ଦୁଝର: ପ୍ରେମ ପାଇଁ ନିଜ ତଣ୍ଟି କାଟିଲେ ଯୁବକ । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡ଼ା ନିକଟରେ ଜଣେ ଯୁବକ ନିଜ ଗଳା ଏବଂ ହାତ କାଟି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମୁର୍ଶିଦାବାଦର ଗାବୁ ନାମକ ଯୁବକ କେନ୍ଦୁଝରରେ ରହି ରାଜମିସ୍ତ୍ରୀ କାମ କରିନ୍ତି । ତେବେ ଶୁକ୍ରବାର ଗାବୁ ନିଜ ଗଳା ଏବଂ ହାତ କାଟି ରାସ୍ତା କଡରେ ଦୌଡୁଥିବା ସମୟରେ କିଛି ସ୍ଥାନୀୟ ଯୁବକ ତାକୁ ଉଦ୍ଧାର କରିଥିଲେ ।
ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଯୁବକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାର ଚିକିତ୍ସା କରାଯାଇଛି। ତେବେ ଗାବୁ ପ୍ରେମ ପାଇଁ ଏପରି କାଣ୍ଡ କରିଥିବା ଜଣାପଡିଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ଉଦ୍ୟମ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ