କେନ୍ଦୁଝର: ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାରେ ରବିବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ତାରିଣୀ ମନ୍ଦିର ନିକଟରେ ବାସ କରୁଥିବା ଲାଲମୋହନ ନାୟକଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଛି ।
ଏହାସହ ନଗଦ ଟଙ୍କା ଓ ଆସବାବପତ୍ର ମଧ୍ୟ ଜଳିଯାଇଛି । ସୌଭାଗ୍ୟବଶତଃ ଘରେ ଥିବା 2 ଜଣ ଛୋଟ ପିଲାଙ୍କୁ ପଡୋଶୀମାନେ ବଞ୍ଚାଇ ଦେଇଥିବା ଜଣାପଡିଛି । ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ଘଟଣା ସମ୍ପର୍କରେ ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।
ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ପ୍ରାୟ 3 ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିକାଣ୍ଡର କାରଣ ସଂପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ