ETV Bharat / state

ଝିଅଘରକୁ ସାଦ ନେଇ ଯିବାବେଳେ ଅଘଟଣ: ପିକଅପ ଓଲଟି 20 ଆହତ, 3 ଗୁରୁତର - କେନ୍ଦୁଝରରେ ପିକଅପ ଦୁର୍ଘଟଣା

ଝିଅ ଘରକୁ ସାଦ ନେଇ ଖୁସିରେ ଯାଉଥିବାବେଳେ ଘଟିଛି ଅଘଟଣ । ପିକଅପ ଦୁର୍ଘଟଣାଗ୍ରସ୍ତ ହୋଇ 20 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Major road accident in keonjhar; 20 injured, 3 persons in serious condition
ଝିଅଘରକୁ ସାଦ ନେଇ ଯିବା ହେଲା କାଳ; ପିକଅପ ଓଲଟି 20 ଆହତ, 3 ଗୁରୁତର
author img

By

Published : Dec 27, 2020, 3:40 PM IST

Updated : Dec 27, 2020, 3:57 PM IST

କେନ୍ଦୁଝର: ଜିଲ୍ଲାର ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଝିଅ ଘରକୁ ସାଦ ଖୁଆଇବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟି 20ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଗୁରୁତର ରହିଛନ୍ତି ।

ଝିଅଘରକୁ ସାଦ ନେଇ ଯିବାବେଳେ ଅଘଟଣ: ପିକଅପ ଓଲଟି 20 ଆହତ, 3 ଗୁରୁତର

ମିଳିଥିବା ସୂଚନା ଅନୁସାରେ ହଲଦୀପାଣି ଗ୍ରାମର କିଛି ଲୋକ ସଦର ବ୍ଲକର ବରଦାପାଳ ଗ୍ରାମରେ ଥିବା ଝିଅ ଘରକୁ ସାଦ ଖୁଆଇବା ପାଇଁ ଏକ ପିକଅପରେ ଯାଉଥିଲେ । ତେବେ କୁଆଁର କଲୋନୀ ଛକ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଥିବା ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଗୁରୁତର ଥିବା ଜଣାପଡିଛି ।

ସମସ୍ତଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର 3 ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Dec 27, 2020, 3:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.