କେନ୍ଦୁଝର: ଲୋକାୟୁକ୍ତ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ କେନ୍ଦୁଝର ଜିଲ୍ଲାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ସହ 4ଜଣ ସଦସ୍ୟ ଯୋଗ ଦେଇଥିଲେ।
କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ବିରୋଧରେ ଦୁର୍ନୀତି ଅଭିଯୋଗ ହେଉଛି ତୁରନ୍ତ ଲୋକାୟୁକ୍ତଙ୍କୁ ଜଣାନ୍ତ ବୋଲି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଲୋକାୟୁକ୍ତ ଅଧକ୍ଷ ଜଷ୍ଟିସ ଅଜିତ ସିଂ କହିଛନ୍ତି। ସେହିପରି ସମସ୍ତ ନାଗରିକ ସଚ୍ଚୋଟ ପଥରେ ଚାଲିଲେ ଦୁର୍ନୀତି ଦେଶରୁ ହଟି ପାରିବ ବୋଲି ଲୋକାୟୁକ୍ତ ସଦସ୍ୟ ଆର.ପି ଶର୍ମା ଏହି ଅବସରରେ କହିଛନ୍ତି । ଏହା ସହ ନିଜକୁ ଜାତୀୟତାବାଦ ସହ ଯୋଡିଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ