ETV Bharat / state

ଲକ୍‌ଡାଉନ୍‌: ପୋଲିସକୁ ପ୍ରଥମେ ପିଟି ଥାନାରେ ଯୁବକ

ମହାମାରୀ କୋରୋନା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ଅନେକ ଲୋକ ମାନୁନଥିବା ଦେଖିବାକୁ ମିଳୁଛି । ଲକ୍‌ଡାଉନ୍‌କୁ ନମାନି ପୋଲିସ ପାଖରୁ ଛେଚା ଖାଉଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି ।

police arrest a youth after beating police
ଲକ୍‌ଡାଉନ୍‌: ପୋଲିସକୁ ପ୍ରଥମେ ପିଟି ଥାନାରେ ଯୁବକ
author img

By

Published : Apr 1, 2020, 1:54 PM IST

କେନ୍ଦୁଝର: ମହାମାରୀ କୋରୋନା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ଅନେକ ଲୋକ ମାନୁନଥିବା ଦେଖିବାକୁ ମିଳୁଛି । ବିଶେଷକରି ଯୁବଗୋଷ୍ଠୀ ଏହାକୁ ଅଧିକ ଅମାନ୍ୟ କରୁଛନ୍ତି । ସେପଟେ ଲକ୍‌ଡାଉନ୍‌କୁ ନମାନି ପୋଲିସ ପାଖରୁ ଛେଚା ଖାଉଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି ।

ଲକ୍‌ଡାଉନ୍‌: ପୋଲିସକୁ ପ୍ରଥମେ ପିଟି ଥାନାରେ ଯୁବକ

କେନ୍ଦୁଝରର ଯୋଡା ଅଞ୍ଚଳରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଲକ୍‌ଡାଉନ୍‌କୁ ନମାନି ଜଣେ ଯୁବକ ଗାଡି ଚଲାଉଥିବାବେଳେ ଜଣେ ପୋଲିସ କର୍ମଚାରୀ ଏହାକୁ ବାରଣ କରିଥିଲେ । ପରେ ଦୁହିଁଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ପରେ ଯୁବକ ଜଣଙ୍କ ପୋଲିସ ଉପରକୁ ହାତ ଉଠାଇଥିଲେ ।

ଏହାଦେଖି ଅନ୍ୟ ପୋଲିସ ଉକ୍ତଯୁବକକୁ ବାଡେଇବା ସହ କାବୁ କରି ଥାନାକୁ ନେଇଯାଇଥିଲେ । ତେବେ ଯୁବକ ଜଣଙ୍କର ମାଡ ଖାଇବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.