ETV Bharat / state

ଓଡିଆ ଫିଲ୍ମର ପ୍ରାଣକେନ୍ଦ୍ର ପାର୍କ ଖୋଜୁଛି ପରିଚୟ, ନିଜ ଖର୍ଚ୍ଚରେ ପୁନରୁଦ୍ଧାର କରୁଛନ୍ତି ସ୍ଥାନୀୟ ଯୁବକ - kendujhar latest news

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି କେନ୍ଦୁଝର ଘଟଗାଁ ବ୍ଲକ ଅନ୍ତର୍ଗତ ଚିକିଣିଆ ଠାରେ ଥିବା ଜିଲ୍ଲା ପାର୍କ । ହେଲେ ଲକଡାଉନରେ ଗ୍ରାମକୁ ଫେରିଥିବା ଯୁବକମାନେ ନିଜ ଖର୍ଚ୍ଚରେ ଏହାର ପୁନଃଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ସେପଟେ ପ୍ରଶାସନ ଯଦି ସହାୟତାର ହାତ ବଢାନ୍ତେ ତେବେ ଯୁକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।

ଓଡିଆ ଫିଲ୍ମର ପ୍ରାଣକେନ୍ଦ୍ର ପାର୍କ ଖୋଜୁଛି ପରିଚୟ, ନିଜ ଖର୍ଚ୍ଚରେ ପୁନରୁଦ୍ଧାର କରୁଛନ୍ତି ସ୍ଥାନୀୟ ଯୁବକ
ନିଜ ଖର୍ଚ୍ଚରେ ପାର୍କର ପୁନରୁଦ୍ଧାର କରୁଛନ୍ତି ସ୍ଥାନୀୟ ଯୁବକ, ଲୋଡା ସରକାରୀ ସହୟତା
author img

By

Published : Jul 9, 2020, 2:52 PM IST

Updated : Jul 9, 2020, 5:08 PM IST

କେନ୍ଦୁଝର: ବଣ ପାହାଡ ଘେରା ପ୍ରାକୃତିକ ପରିବେଶରେ ଭରପୁର କେନ୍ଦୁଝର ଜିଲ୍ଲା । ସୁଉଚ୍ଚ ପାହାଡ ଆକାଶର ମେଘ ସହ କଥା ହେଉଥିବା ବେଳେ ଝରଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିଲା ଦିନେ ଘଟଗାଁ ବ୍ଲକ ଅନ୍ତର୍ଗତ ଚିକିଣିଆ ଠାରେ ଥିବା ପାର୍କ । ଏହି ପାର୍କକୁ ପ୍ରଶାସନ ଜିଲ୍ଲା ପାର୍କର ମାନ୍ୟତା ପ୍ରଦାନ କରିଥିଲେ । ଏହି ପାର୍କ ଏକ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାଣକେନ୍ଦ୍ର ଥିବା ବେଳେ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ପାର୍କ । କିନ୍ତୁ ଏବେ ଏହି ଜିଲ୍ଲା ପାର୍କର ପୁନଃରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି କିଛି ସ୍ଥାନୀୟ ଯୁବକ ।

ଓଡିଆ ଫିଲ୍ମର ପ୍ରାଣକେନ୍ଦ୍ର ପାର୍କ ଖୋଜୁଛି ପରିଚୟ, ନିଜ ଖର୍ଚ୍ଚରେ ପୁନରୁଦ୍ଧାର କରୁଛନ୍ତି ସ୍ଥାନୀୟ ଯୁବକ

ଏହା ସାଙ୍ଗକୁ ଭାଙ୍ଗିରୁଜି ଯାଇଥିବା ଛତା ଘର, ଚେୟାର, ମଣ୍ଡପ ଆଦିକୁ ନିଜ ଖର୍ଚ୍ଚରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଏହି ଯୁବକ ସଙ୍ଘର ଯୁବକ ମାନେ । ଏହା ସହ ଏହି ପାର୍କ ର ମନ ମହୁଥିବା ସୁନ୍ଦର ସୁନ୍ଦର ଫୁଲ ଗଛକୁ ମଧ୍ୟ ଏମାନେ ଲଗେଇବା ଆରମ୍ଭ କରିଛନ୍ତି । ପାଳି କରି ଏହି ପାର୍କ ରେ ଥିବା ପୁଷ୍କରିଣୀ କୁ ସଫା କରିଥିବା ବେଳେ ଏହାର ଚାରିପାଖ କୁ ଘାସ ଗାଲିଚା ବିଛେଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଏହି ପାର୍କ ରେ ଥିବା ଚେକ ଡ୍ୟାମ ଚାରିପାଖକୁ ସଫା ସୁତୁରା କରୁଛନ୍ତି । ଏହା ସାଙ୍ଗକୁ ନିକଟରେ ଥିବା ଛୋଟ ଝରଣା କୁ ଯିବା ପାଇଁ ପଥ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ଉଦ୍ୟମି ଯୁବକ ମାନେ ।

ମହାମାରୀ କୋରୋନା ଯୋଗୁଁ ବିଦେଶରେ କାର୍ଯ୍ୟରତ ଥିବା ଯୁବକମାନେ ଏବେ ଗ୍ରାମକୁ ଫେରିଛନ୍ତି । ଏହି ପାର୍କ କୁ ପୁନଃନିର୍ମାଣ କରି ଏହିଠାର କର୍ମ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକତ୍ରିତ ହୋଇ ପାର୍କର ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ପାର୍କରେ ସୁନ୍ଦର ସୁନ୍ଦର ଫୁଲ ଗଛ, ପାର୍କରେ ଥିବା ପୁଷ୍କରିମୀକୁ ସଫା କରିବା, ଘାସ ଗାଲିଚା ବିଛାଇବା ଆଦି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ଶୀତଦିନରେ ପର୍ଯ୍ୟଟକଙ୍କ ଭିଡ ଜମିମ ବୋଲି ଆଶା ବାନ୍ଧିଛନ୍ତି । ଏଥିରେ ପ୍ରଶାସନର ସହାୟତା ଲୋଡିଛନ୍ତି ଯୁବକମାନେ । ଏନେଇ ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ଆଗାମୀ ଦିନରେ ଏହି ପାର୍କ ର ପୁନଃନିର୍ମାଣ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଯୁବକଙ୍କୁ ସହଯୋଗ ପାଇଁ ବୋଟ ବ୍ୟବସ୍ତା ସାଙ୍ଗକୁ ପାର୍କର ସମ୍ପୂର୍ଣ୍ଣ ସୋନ୍ଦର୍ଯ୍ୟ କରଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jul 9, 2020, 5:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.