ETV Bharat / state

ତୃଣମୂଳସ୍ତରରେ ସେବା ପହଞ୍ଚାଇବା ଗ୍ରାହକ ଋଣ ମେଳାର ଲକ୍ଷ୍ୟ - କେନ୍ଦୁଝର ଖବର

କେନ୍ଦୁଝରରେ ଗ୍ରାହକ ଋଣ ମେଳା ଅନୁଷ୍ଠିତ । ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ଗ୍ରାହକ ଋଣ ମେଳାର ଲକ୍ଷ୍ୟ

author img

By

Published : Oct 9, 2021, 12:55 PM IST

କେନ୍ଦୁଝର: ଆର୍ଥିକ ସେବା ବିଭାଗ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ ଠାରେ ଗ୍ରାହକ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ମେଳା ମାଧ୍ୟମରେ ବିଶେଷକରି ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ବ୍ୟାଙ୍କରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରି କିଭଳି ଲାଭାନ୍ବିତ ହେବେ । ସେ ସମ୍ପର୍କରେ ମେଳାରେ ଯୋଗ ଦେଇଥିବା ଅତିଥି ଆଲୋକପାତ କରିଥିଲେ ।

ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ଗ୍ରାହକ ଋଣ ମେଳାର ଲକ୍ଷ୍ୟ

ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଉମେଶ ଚନ୍ଦ୍ର ରଥ ସଭାପତିତ୍ୱ କରି ବିଭିନ୍ନ ପ୍ରକାର କୃଷି ଋଣ , ବ୍ୟବସାୟ ଋଣ , ଗୃହ ଋଣ ଆଦି ବିଷୟରେ ଗ୍ରାହକଙ୍କୁ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାଙ୍କ ଗୁଡିକରୁ ଋଣ ନେଇ ଲାଭାନ୍ୟୁତ ହୋଇଥିବା ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଋଣ ନେଇ ସଠିକ ପରିଚାଳନା ପାଇଁ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ଗୁଡିକ ସାମିଲ ହୋଇଥିଲେ । ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରହିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.