ଆନନ୍ଦପୁର: ଖଲଣା ପଞ୍ଚାୟତ ସଙ୍ଗରୋଧ ଗୃହରେ ମଦ୍ୟପାନ ଭିଡିଓ ମାମଲାରେ ଜଣେ ଗିରଫ । ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତର ସଙ୍ଗରୋଧ ଗୃହରେ ପ୍ରବାସୀଙ୍କ ମଦ୍ୟପାନ ଫଟୋ ଭାଇରାଲ ହୋଇଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ କରି ରାମଚନ୍ଦ୍ରପୁର ଆଇଆଇସି ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ମଦ ଦେଇଥିବା ଅଭିଯୋଗରେ ଖଲଣା ଗ୍ରାମର ବିଷ୍ଣୁ ରାଉତକୁ ଗିରଫ କରିଛି । ଏନେଇ ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।
ପ୍ରବାସୀ ଓଡିଆଙ୍କ ସୁବିଧା ପାଇଁ ତାଙ୍କୁ ରାଜ୍ୟସରକାର ରାଜ୍ୟକୁ ଫେରାଇ ଆଣିବା ସହିତ ସେମାନଙ୍କ କ୍ବାରେଣ୍ଟିନ ଏବଂ ଖାଇବାର ଦାୟିତ୍ବ ନେଇଛନ୍ତି । ତେବେ ପ୍ରବାସୀ ଓଡ଼ିଆମାନେ ଏଭଳି ଦାୟିତ୍ବହୀନ କାମ କରିବା କେତେଦୂର ଠିକ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ