ETV Bharat / state

ଜଜାଙ୍ଗ ମାଇନ୍ସରେ ଶ୍ରମିକଙ୍କ ମୃତ୍ୟୁ, ବିକ୍ଷୋଭରେ ଶ୍ରମିକଗଣ

ବାମବାରି ଥାନା ଅନ୍ତର୍ଗତ ରୁଙ୍ଗଟା କମ୍ପାନୀର ଜଜାଙ୍ଗ ମାଇନ୍ସରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଶ୍ରମିକଙ୍କ ନାମ ରାମ ମୁଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 4, 2019, 8:58 PM IST

କେନ୍ଦୁଝର: ବାମବାରି ଥାନା ଅନ୍ତର୍ଗତ ରୁଙ୍ଗଟା କମ୍ପାନୀର ଜଜାଙ୍ଗ ମାଇନ୍ସରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶ୍ରମିକଙ୍କ ନାମ ରାମ ମୁଣ୍ଡା । ଶ୍ରମିକ ଜଣଙ୍କ ମାଇନ୍ସରେ କାର୍ଯ୍ୟ କରୁଥିବାବେଳେ ଲୋଡର ମେସିନ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ମୁତାବକ ମାଇନ୍ସ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ କମ୍ପାନୀର ଆମ୍ବୁଲାନ୍ସ ଆସି ନଥିଲା । ପରେ ସାଥୀ ଶ୍ରମିକମାନେ ଏକତ୍ରିତ ହେବା ଦେଖି କମ୍ପାନୀର ଆମ୍ବୁଲାନ୍ସ ଆସି ମୃତ ଶ୍ରମିକଙ୍କ ମୃତ ଶରୀରକୁ ଉଦ୍ଧାର କରାଇଥିଲେ । ହେଲେ ଶ୍ରମିକଙ୍କ ମରଶରୀରକୁ ଯୋଡାସ୍ଥିତ ଟିସ୍କୋ ହସ୍ପିଟାଲରେ କମ୍ପାନୀ ଆମ୍ବୁଲାନ୍ସ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କମ୍ପାନୀ ଅଫିସ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ -ଶ୍ରମିକ ମୃତୁ ନେଇ ଉତେଜନାBody:
ଆଙ୍କର - ଆଜି ବାମବାରି ଥାନା ଅନ୍ତର୍ଗତ ରୁଙ୍ଗଟା କମ୍ପାନୀର ଜଜାଙ୍ଗ ମାଇନ୍ସ ରେ ଶ୍ରମିକ ର ମୃତୁ ହୋଇଥିବା ଜଣାପଡିଛି । ଶ୍ରମିକ ର ନାମ ରାମ ମୁଣ୍ଡା ବୋଲି ଜଣା ପଡ଼ିଛି । ଶ୍ରମିକଟି ମାଇନ୍ସ ରେ କାର୍ଯ୍ୟ କରୁଥିବା ବେଳେ ଲୋଡର ମେସିନ ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ ଙ୍କ ଟାରୁ ଜଣା ପଡ଼ିଛି । ମାଇନ୍ସ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ବହୁ ଡେରିରେ କମ୍ପାନୀ ର ଆମ୍ବୁଲାନ୍ସ ଆସି ନଥିଲା । ଶ୍ରମିକ ଆସନ୍ତି ଦେଖି କମ୍ପାନୀ ର ଆମ୍ବୁଲାନ୍ସ ଆସି ମୃତ ରାମ ର ଶବକୁ ନେଇ ଯୋଡ଼ା ସ୍ଥିତ ଟିସ୍କୋ ହସ୍ପିଟାଲରେ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । ମୃତ ଶ୍ରମିକ ର କ୍ଷତି ପୂରଣ ଦାବିରେ କମ୍ପାନୀ ଅଫିସ ସମ୍ମୁଖରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.