ETV Bharat / state

8ଦିନ ଯାଏଁ ଧୁମଧାମରେ ପାଳନ ହୁଏ କୁଆଁରୀଙ୍କୁ ପର୍ବ ‘କୁମାର ପୂର୍ଣ୍ଣିମା’

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭିନ୍ନ ଢଙ୍ଗରେ ପାଳିତ ହୋଇଛି କୁମାର ପୂର୍ଣ୍ଣିମା। କେବଳ ଭଲ ବର ପାଇବା ପାଇଁ ନୁହେଁ ବରଂ ପରିବାରର ସମସ୍ତ ସଦସ୍ୟଙ୍କ ଶୁଭକାମନା କରି ଏହି ଓଷା କେଉଁ ଗ୍ରାମରେ ପାଞ୍ଚଦିନ ତ କେଉଁଠି ଆଠ ଦିନ ପାଳିତ ହୋଇଛି ।

ଡିଜାଇନ ଫଟୋ
author img

By

Published : Oct 14, 2019, 1:59 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭିନ୍ନ ଢଙ୍ଗରେ ପାଳିତ ହୋଇଛି କୁମାର ପୂର୍ଣ୍ଣିମା। କେବଳ ଭଲ ବର ପାଇବା ପାଇଁ ନୁହେଁ ବରଂ ପରିବାରର ସମସ୍ତ ସଦସ୍ୟଙ୍କ ଶୁଭକାମନା କରି ଏହି ଓଷା କେଉଁ ଗ୍ରାମରେ ପାଞ୍ଚଦିନ ତ କେଉଁଠି ଆଠ ଦିନ ପାଳିତ ହୋଇଛି । ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଖଡିରେ ନିର୍ମିତ ଛଟରକୁ ଚଉରାରେ ପୂଜା କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଶେଷ ଦିନ ସନ୍ଧ୍ୟାରେ ଝିଅମାନେ ସଜବାଜ ହୋଇ ଚଉରାକୁ କଇଁ ଫୁଲରେ ସଜାଇବା ସହ ଚନ୍ଦ୍ରକୁ ବନ୍ଦାପନା କରି ଖାଡିରେ ନିର୍ମିତ ଛତାକୁ ପାଣିରେ ପକାଇଛନ୍ତି । ଏଇ ଆଠ ଦିନରେ ଝିଅମାନେ ଆମିଷ ଖାଇନଥାନ୍ତି। ଶେଷ ଦିନ ସକାଳୁ ଫୁଲ ତୋଳି ଚଉରାକୁ ସୁନ୍ଦର ଭାବରେ ସଜାଇଥାନ୍ତି। ଗାଧୋଇ ସୂର୍ଯ୍ୟଙ୍କୁ ଅଘ୍ୟ ଦେଇ ଦିନଯାକ ଉପବାସ କରିଥାନ୍ତି। ସନ୍ଧ୍ୟାରେ ଚାନ୍ଦ ଆସିଲେ ବନ୍ଦାପନା କରି ଭୋଗ ପାଇଥାନ୍ତି।

ତେବେ କୁମାର ପୂର୍ଣ୍ଣିମାରେ ବାଙ୍ଖିଡି ଗ୍ରାମର ଝିଅମାନେ ନିଆରା ଢଙ୍ଗରେ ପାଳିଛନ୍ତି । ଗାଁର ବିଭିନ୍ନ ସାହି ମାନଙ୍କରେ ଚଉରାକୁ ସଜାଇ ପୂଜା କରିବା ସହ ରାତି ସାରା ଉଜାଗର ରହି ଫୁଲବଉଳବେଣୀ ଗୀତ ବୋଲିଛନ୍ତି। ଦୀର୍ଘ 8ଦିନ ଧରି ଆନନ୍ଦଉଲ୍ଲାସର ଏହି ପର୍ବ ପାଳିତ ହେଉଥିବାବେଳେ କୁମାରୀ ମାନେ ଖୁବ୍ ମଜା ମଉଜ କରିଥାନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:
141019_EB_AND_PKG_Kumarpunima_R_Anandapur

ଆଙ୍କର-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରେ କୁମାର ପୂର୍ଣ୍ଣିମା ଓଷା ପାଳିତ ହୋଇଯାଇଛି। ଏଠାରେ କୁମାରୀ ମାନେ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି। କେବଳ ଭଲ ବର ପାଇବା ପାଇଁ ନୁହଁ ବରଂ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଶୁଭକାମନା କରି ଏହି ଓଷା କେଉଁ ଗ୍ରାମରେ ପାଞ୍ଚଦିନ ତ କେଉଁଠି ଆଠ ଦିନ ପାଳନ କରିଥାନ୍ତି। ପରିବାରର ସମସ୍ତ ସଦସ୍ୟ ମାନଙ୍କ ପାଇଁ ଖଡ଼ିରେ ନିର୍ମିତ ଛଟରକୁ ଚଉଁରାରେ ପୂଜା କରାଯାଏ।

ଭିଓ-୧-ଶେଷ ଦିନ ସନ୍ଧ୍ୟାରେ ଝିଅ ମାନେ ସଜବାଜ ହୋଇ ଚଉଁରାକୁ କଇଁ ଫୁଲରେ ସଜାଇବା ସହ ଚନ୍ଦକୁ ବନ୍ଦା ପାନ କରି ଖାଡ଼ିରେ ନିର୍ମିତ ଛତାକୁ ପାଣିରେ ପକାଇଥାନ୍ତି ଓ ଚଉଁରା ମୂଳରେ ଫୁଲବଉଳବେଣୀ ଗୀତ ଗାଇଥିଲେ। ଏଇ ଆଠ ଦିନରେ ଝିଅ ମାନେ କଟା ବଟା ଆଇଁଷ ଖାଇନଥାନ୍ତି। ଶେଷ ଦିନ ସକାଳୁ ଫୁଲ ତୋଳି ଚଉରା କୁ ସୁନ୍ଦର ଭାବରେ ସଯାଇଥାନ୍ତି। ଗାଧୋଇ ସୃଯ୍ୟ ଙ୍କୁ ଅଘଦେଇ ଦିନଯାକ ଉପବାସ କରିଥାନ୍ତି। ସନ୍ଧ୍ୟାରେ ଚାନ୍ଦ ଆସିଲେ ବନ୍ଦାପନା କରି ଭୋଗ ପାଇଥାନ୍ତି।

ବାଇଟି-୧-ଶ୍ରଦ୍ଧାଳୁ
ବାଇଟି-୨-ଶ୍ରଦ୍ଧାଳୁ

ଭିଓ-୨-ଏ କୁଆଁର ପୁନେଇ ଓଷା ରେ ନିଆର ଭାବରେ ଆନନ୍ଦପୁର ବ୍ଲକ ବାଂଖିଡି ଗ୍ରାମର ଝିଅ ମାନେ ପାଳନ କରିଥାନ୍ତି। ଗାଁ ର ବିଭିନ୍ନ ସାହି ମାନଙ୍କରେ ଚଉରା କୁ ପ୍ରତିଯୋଗିତା ଭାବରେ ସଜାଇ ପୂଜା କରିବା ସହ ରାତି ସାରା ଉଜାଗର ରହି ଫୁଲବଉଳବେଣୀ ଗୀତ ବୋଲିଛନ୍ତି। ଏହା ଛଡା ଏହି ପର୍ବ ପାଳନ ଦ୍ବାରା ଗ୍ରାମର ଝିଅ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଫଳନର ସେହ୍ନ ଶ୍ରଦ୍ଧା ସୃଦୃଢ ରହିଥାଏ।

ବାଇଟି-ଶ୍ରଦ୍ଧାଳୁ

ଏଫ୍ ଭିଓ- ଦୀର୍ଘ ୮ଦିନ ଧରି ଆନନ୍ଦ ଉଲ୍ଲାସ ର ଏହି ପର୍ବ ପାଳିତ ହେଉଥିବା ବେଳେ କୁମାରୀ ମାନେ ଖୁବ୍ ମଜା ମଉଜ କରିଥାନ୍ତି। ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ।
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.