ETV Bharat / state

ନିର୍ଵାଚନ ଦାବିରେ ଅନଶନରେ ବସିଲେ ଟ୍ରକ ମାଲିକ ସଂଘ

author img

By

Published : Oct 31, 2022, 10:59 PM IST

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଯେପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ପାଇଁ ନିର୍ଵାଚନ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ନକରାଯାଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ନିର୍ଵାଚନ ଦାବିରେ ଅନଶନରେ ବସିଲେ ଟ୍ରକ ମାଲିକ ସଂଘ
ନିର୍ଵାଚନ ଦାବିରେ ଅନଶନରେ ବସିଲେ ଟ୍ରକ ମାଲିକ ସଂଘ

କେନ୍ଦୁଝର: ଅନଶନରେ ବସିଲେ ଓଡ଼ିଶାର ବିତ୍ତଶାଳି ସଂଘ ଭାବେ ଜଣାଶୁଣା ଜିଲ୍ଲା ଟ୍ରକ ମାଲିକ ସଂଘ । ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ଵାଚନ ନେଇ ବିବାଦ ସୃଷ୍ଟି ହୋଇଛି । ନୂତନ ନିର୍ଵାଚନ ନେଇ ବର୍ତ୍ତମାନର କର୍ମକର୍ତ୍ତା କର୍ଣ୍ଣପାତ କରୁନଥିବାରୁ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ଵାଚନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆମରଣ ଅନଶନରେ ବସିଛନ୍ତି ଟ୍ରକ ମାଲିକ ସଂଘ ।

ଏହି ସଂଘ ଅଧୀନରେ ୫ ହଜାରରୁ ଊର୍ଦ୍ଧ୍ବ ଟ୍ରକ ମାଲିକ ଅନୁବନ୍ଧିତ । କିଛି ବର୍ଷ ହେବ ଟ୍ରକ ମାଲିକ ସଂଘ ପିଛା ବିବାଦ ଛାଡୁ ନାହିଁ । ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ଵାଚନ ନେଇ ବିବାଦ ସୃଷ୍ଟି ହୋଇଛି । ପୂର୍ବ କାର୍ଯ୍ୟକାରିଣୀରେ ସଂଘରେ ବିବାଦ ସୃଷ୍ଟି ହୋଇଥିବାରୁ ନ୍ୟାୟାଳୟର ଆଶ୍ରୟ ପରେ ନୂତନ କାର୍ଯ୍ୟକାରିଣୀ ପାଇଁ ନିର୍ଵାଚନ ହୋଇଥିଲା । କିନ୍ତୁ ଚଳିତ କାର୍ଯ୍ୟକାରିଣୀର ଅବଧି ସାରିଯାଇଥିଲେ ହେଁ ନୂତନ ନିର୍ଵାଚନ କରିବାକୁ ସଦସ୍ୟ ମାନେ ରାଜି ହେଉନଥିବା ଅଭିଯୋଗ ହେଉଛି । ଏନେଇ ବହୁ ଟ୍ରକ ମାଲିକ ନୂତନ କର୍ମକର୍ତ୍ତା ଚୟନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ଜିଲ୍ଲାସ୍ତରୀୟ କିରୋଗି ଓ ପୁସମି ଟାଇକୋଣ୍ଡୋ ପ୍ରତିଯୋଗିତା ଆରମ୍ଭ

ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ବର୍ତ୍ତମାନର କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ । ଫଳରେ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ଵାଚନ ପାଇଁ ଆମରଣ ଅନଶନରେ ବସିଛନ୍ତି ଟ୍ରକ ମାଲିକ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ଟ୍ରକ ମାଲିକ । ଏଥିରେ କିଛି ବର୍ତ୍ତମାନର କାର୍ଯ୍ୟକାରିଣୀର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇଛନ୍ତି । ଯେପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ପାଇଁ ନିର୍ଵାଚନ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ ନକରାଯାଇଛି ଓ ସଂଘରେ ହୋଇଥିବା ଦୁର୍ନୀତି ନେଇ ତଦନ୍ତ ନହୋଇଛି ସେପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କହିଛନ୍ତି ଅନଶନରତ ଟ୍ରକ ମାଲିକ । ଏନେଇ କର୍ମକର୍ତ୍ତା କି ପ୍ରଶାସନର କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.