ETV Bharat / state

ବଜ୍ରପାତରେ ଜଳିଗଲା ଘର, 5ମାସରୁ ଖୋଲା ଆକାଶ ତଳେ ଭଗବାନ - ବିଜୁ ପକ୍କା ଘର ଯୋଜନା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଗ୍ରାମର ଭଗବାନ ନାଏକଙ୍କ ଘର ବଜ୍ରପାତରେ ପୋଡିଯାଇଥିବା ବେଳେ ଘଟଣାକୁ 5 ମାସ ବିତିଯାଇଥିଲେ ବି ଏଯାଏଁ ମିଳିନି ସହାୟତା ।

ବିତିଲା 5 ମାସ, ମିଳିଲାନି ଘର: ସହାୟତା ଅପେକ୍ଷାରେ ଭଗବାନ
author img

By

Published : Nov 13, 2019, 5:21 PM IST

କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ଆବାସ, ପାନୀୟ ଜଳ, ଭତ୍ତା ଆଦି ଯୋଜନା ପାଇଁ ରାଜ୍ୟ ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ଯୋଜନା ଗୁଡିକ ଯୋଜନା ମଧ୍ୟରେ ରହିଯାଉଥିବା ଜଣା ପଡୁଛି ।

5ମାସରୁ ଖୋଲା ଆକାଶ ତଳେ ଭଗବାନ

ଏ ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଗ୍ରାମର ଭଗବାନ ନାଏକ । ନିଜ ସାନ ଭାଇଙ୍କ ସହ ବେଶ ହସଖୁସିରେ ଚାଲିଥିଲା ଜୀବନ । ଗତ ଜୁନ ମାସରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କ ଘର ସମ୍ପୂର୍ଣ୍ଣ ପୋଡି ହୋଇଯାଇଥିଲା । ଘରର କୌଣସି ବି ଆସବାବପତ୍ର ବଞ୍ଚି ନଥିଲା । ଆଉ ସେବେଠୁ ଗାଁ ଲୋକଙ୍କ ସହାୟତାରେ ଚାଲିଛି ଭଗବାନଙ୍କ ପରିବାରର ଭରଣ ପୋଷଣ । ମନ୍ତ୍ରୀ ଆସି ଯଥାଶୀଘ୍ର ଘର ଖଣ୍ଡିଏଁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇ ଯାଇଥିଲେ । ହେଲେ ଏହି ଘଟଣାକୁ 5 ମାସ ବିତି ଯାଇଥିଲେ ବି ଆଜି ଯାଏଁ ଘର ଅପେକ୍ଷାରେ ଭଗବାନ ।

ଭଗବାନଙ୍କ ସାନ ଭାଇ କିଛି ସହଯୋଗ ପାଇ ଝାଟିମାଟି ଘରଟିଏ କରି ମୁଣ୍ଡ ଗୁଞ୍ଜିଛନ୍ତି । କିନ୍ତୁ ଭଗବାନ ନିଜ ଚାଳ ଖଣ୍ଡକ ନକରିପାରି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଏନେଇ ତେଲକୋଇ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଭଗବାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ପ୍ରଦାନ କରାଯିବ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପାଞ୍ଚମାସ ପରେ ମଧ୍ୟ ନିଜ ଘର ଅପେକ୍ଷାରେ ଭଗବାନBody:ଆଙ୍କର- ସରକାର ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି ଅନେକ ଯୋଜନା । ଆବାସ, ପାନୀୟ ଜଳ, ଭତ୍ତା ଆଦି ଯୋଜନା ପାଇଁ ରାଜ୍ୟ ରାଜକୋଷ ରୁ ବ୍ୟୟ କରୁଛନ୍ତି କୋଟିକୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ଯୋଜନା ଗୁଡିକ ଯୋଜନା ମଧ୍ୟରେ ରହିଯାଉଥିବା ଜଣା ପଡୁଛି । ସାଧାରଣ ଗରିବ ଲୋକଙ୍କୁ ନିଜ ମୁଣ୍ଡ ଗୁଞ୍ଜିବାକୁ ଅନ୍ୟ ଦୁଆରର ଆଶ୍ରା ନେବାକୁ ପଡୁଛି । ଏଭଳି ଏକ ନିରାଶ୍ରୟ ଆଶ୍ରୟ ଖୋଜୁଛି ଆଦିବାସୀ ବହୁଳ ତେଲକୋଇ ବ୍ଲକ ଡିମିରିଆ ଗ୍ରାମରେ । ଉକ୍ତ ଗ୍ରାମର ଭଗବାନ ନାଏକ ତାଙ୍କ ଭାଇଙ୍କ ସହ ହସ ଖୁସିରେ ଦୁଇ ପରିବାର ଚଳୁଥିଲେ । ଗତ ଜୁନ ମାସରେ ବିଲ କାମ ପାଇଁ ସମସ୍ତେ ବିଲକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କ ଘର ସମ୍ପୂର୍ଣ୍ଣ ପୋଡିଯାଇଥିଲା । ଗାଁ ଲୋକଙ୍କ ସହ ଯେତେ ପାଣି ଢାଳି ଲିଭାଇଥିଲେ ମଧ୍ୟ କିଛି ବି ଆସବାଵପତ୍ର ନିଆଁରେ ବଞ୍ଚି ନଥିଲା । ଗାଁ ଲୋକଙ୍କ ସାହାଯ୍ୟରେ ଗତ ପାଞ୍ଚ ମାସ ହେବ ଭଗବାନ ପରିବାର ଭରଣ ପୋଷଣ କରୁଛନ୍ତି । ଘର ପଡିବା ପରେ ପ୍ରଶାସନ ରୁ ମନ୍ତ୍ରୀ ଆସି ଘର ଖଣ୍ଡିଏ ଯଥାଶୀଘ୍ର ଯୋଗାଇ ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଘର ଅପେକ୍ଷାରେ ଭାଗବନ ରହିଛନ୍ତି । ତାଙ୍କ ସାନ ଭାଇ କିଛି ସହଯୋଗ ପାଇ ଝାଟି ମାଟି ଘରକରି ମୁଣ୍ଡ ଗୁଞ୍ଜିଛନ୍ତି । କିନ୍ତୁ ଭଗବାନ ନିଜ ଚାଳ ଖଣ୍ଡକ ନକରିପାରି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି। ଏନେଇ ତେଲକୋଇ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଭଗବାନ ଙ୍କ ଭାଇ ଙ୍କୁ ଘର ପ୍ରଦାନ କରାଯାଇଛି ।ଭଗବାନଙ୍କୁ ଯଥାଶୀଘ୍ର ବିଜୁ କୁଡ଼ିଆ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି କହିଛନ୍ତି ।

ବାଇଟ--୧-ଭଗବାନ ନାଏକ ( ଘର ପୋଡିଯାଇଥିବା ଲୋକ)ନୀଳ ଗଞ୍ଜି ଉପରେ ଗାମୁଛା ପକେଇଛି

ବାଇଟ-୨-ପଦ୍ମିନୀ ନାଏକ( ଭଗବାନ ଙ୍କ ଭାଇ ର ସ୍ତ୍ରୀ

ବାଇଟ-୩-ଚକ୍ରଧର ପ୍ରଧାନ ( ଗ୍ରାମବାସୀ) ଅଧଗଞ୍ଜି ରେ ଚେକ ଗାମୁଛା ପକେଇଛି

ବାଇଟ-୪-ଦିଲ୍ଲୀପ କୁମାର ବାରା ( ବିଡ଼ିଓ, ତେଲକୋଇ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.