ETV Bharat / state

ମୋହନ ମାଝୀ ମିଛ କୁହନ୍ତୁ ନାହିଁ: ନିରଞ୍ଜନ - ମୋହନ ମାଝୀ ମିଛ କୁହନ୍ତୁ ନାହିଁ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣା ପରେ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଦର ବିଧାୟକଙ୍କୁ ମିଛୁଆ ବୋଲି କହିଛନ୍ତି ନିରଞ୍ଜନ । ଅଧିକ ପଢନ୍ତୁ...

ମୋହନ ମାଝୀ ମିଛ କୁହନ୍ତୁ ନାହିଁ: ନିରଞ୍ଜନ
ମୋହନ ମାଝୀ ମିଛ କୁହନ୍ତୁ ନାହିଁ: ନିରଞ୍ଜନ
author img

By

Published : Jan 19, 2021, 4:27 PM IST

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣା ପରେ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଦର ବିଧାୟକଙ୍କୁ ମିଛୁଆ ବୋଲି କହିଛନ୍ତି ନିରଞ୍ଜନ । ଗତକାଲି (ସୋମବାର) ନିରଞ୍ଜନଙ୍କୁ ଆକ୍ରମଣ କରିଥିବା ଯୁବକ ସଞ୍ଜୟ ମହାନ୍ତି ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣକ ବିଜେପି ସହ ସମ୍ପୃକ୍ତ ଥିବା ପିସିସି ସଭାପତି ନିରଞ୍ଜନ କହୁଥିବା ବେଳେ ଏହି କଥାକୁ ଖଣ୍ଡନ କରିଛନ୍ତି କେନ୍ଦୁଝର ବିଧାୟକ ତଥା ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ।

ମୋହନ ମାଝୀ ମିଛ କୁହନ୍ତୁ ନାହିଁ: ନିରଞ୍ଜନ

ମୋହନ ମାଝୀ କହିଛନ୍ତି ଯେ ଗିରଫ ସଞ୍ଜୟଙ୍କ ସହ ବିଜେପିର କୌଣସି ସମ୍ପୃକ୍ତି ନାହିଁ । ସେପଟେ ଏହାକୁ ନେଇ ଆଜି ନିରଞ୍ଜନ ପଟ୍ଟନାୟକ ତାଙ୍କ କଥାକୁ ଦୋହରାଇ ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ସହ ବିଜେପି ନେତାଙ୍କ ଫଟୋ ସର୍ବସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ସେପଟେ ଅଭିଯୁକ୍ତ ବିଜେପି ସଦସ୍ୟ ନଥିବା କଥା କହି ଏଭଳି ବରିଷ୍ଠ ନେତା ମିଥ୍ୟାର ଆଶ୍ରୟ ନିଅନ୍ତୁ ନାହିଁ ବୋଲି ମୋହନ ମାଝୀ କହିଛନ୍ତି । ତେବେ ‘ମୁଁ ମିଛୁଆ ନା ସଦର ବିଧାୟକ ମୋହନ ମାଝୀ ମିଛୁଆ’ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ମୋହନ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସେ ଭୁବନେଶ୍ୱରରେ ଚାଲିଥିବା ଏକ ବୈଠକରେ ଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇିଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.