ETV Bharat / state

କାଇଯୋଡା ଜଳପ୍ରପାତ: 150ଫୁଟ୍ ଉଚ୍ଚରୁ ଝରୁଛି ଜଳ, ମନମୋହୁଛି ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

author img

By

Published : Dec 26, 2022, 10:07 PM IST

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାର କାଇଯୋଡା ଜଳପ୍ରପାତ । ଦୂରରୁ ଏହି ଜଳପ୍ରପାତ ଦେଖିବାକୁ ଯେତିକି ମନୋରମ ନିକଟରୁ ଏହାର ସୌନ୍ଦର୍ଯ୍ୟରେ ଅଭିଭୂତ ହେଉଛନ୍ତି ପର୍ଯ୍ୟଟକ । ତେବେ ଏଯାଏଁ ପର୍ଯ୍ୟଟନ ବିଭାଗର ମାନ ଚିତ୍ରରେ ପାଇନି ସ୍ଥାନ । ଅଧିକ ପଢନ୍ତୁ

kaijoda waterfall
kaijoda waterfall
kaijoda waterfall

କେନ୍ଦୁଝର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତା'ର ସବୁ କାରିଗରୀ। ସେହିଭଳି ଏକ ସ୍ଥାନ ହେଉଛି ଜିଲ୍ଲାର କାଇଯୋଡା ଜଳପ୍ରପାତ। ଏହି ଜଳପ୍ରପାତ ଦେଖିବା ପାଇଁ କାହିଁ କେତେଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ କେନ୍ଦୁଝର ଜିଲ୍ଲାକୁ । ଜିଲ୍ଲାର ମୁଖ୍ୟ ଜଳପ୍ରପାତ ମଧ୍ୟରେ ସାନଘାଗରା, ବଡ଼ ଘାଗରା, ହାଣ୍ଡିଭଙ୍ଗା, ଖଣ୍ଡାଧାର ଆଦି ଜଳପ୍ରପାତ ରହିଛି । ହେଲେ ଏଗୁଡ଼ିକୁ ଵିଶେଷ କରି ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କିନ୍ତୁ ଆଜିବି କେନ୍ଦୁଝର ଜିଲ୍ଲାର ଘଞ୍ଚ ଅରଣ୍ୟ ମଧ୍ୟରେ ବହୁ ଲୁକ୍କାୟିତ ଜଳପ୍ରପାତ ରହିଛି । ଯାହାକି ଲୋକଲୋଚନକୁ ଆସିବା ପାଇଁ ଅପେକ୍ଷା କରି ରହିଛି । ଏଭଳି ଅନନ୍ୟ ଜଳ ପ୍ରପାତ ହେଉଛି (ପଟୁଘର)କାଇଯୋଡ଼ା ଜଳ ପ୍ରପାତ ।

  • କାଇଯୋଡା ଜଳପ୍ରପାତ ପ୍ରତି ସରକାରୀ ଉଦାସିନତା
  • ପର୍ଯ୍ୟଟନ ବିଭାଗର ମାନ ଚିତ୍ରରେ ମିଳିନି ସ୍ଥାନ
  • ଜମୁଛି ପର୍ଯ୍ୟଟକଙ୍କ ଭିଡ, ନାହିଁ ମୌଳିକ ସୁବିଧା

ପ୍ରାୟ ୧୫୦ ଫୁଟ ଉଚ୍ଚରୁ ଏହି ଜଳପ୍ରପାତର ଜଳ ବର୍ଷ ତମାମ କଳ କଳ ନାଦ କରି ବହି ଚାଲିଛି । ଏକଦା ଏହି ଜଳପ୍ରପାତ ସାଧାରଣ ଲୋକଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଥିଲା । ଦୁର୍ଗମ ଅରଣ୍ୟ ଦେଇ ଏହି ଜଳପ୍ରପାତ ନିକଟକୁ ଯିବାକୁ ପଡୁଥିଲା । କିନ୍ତୁ କିଛି ସ୍ଥାନୀୟ ସ୍ବେଚ୍ଛାସେବୀ ଓ ବ୍ଲକ ପ୍ରଶାସନ ସହଯୋଗରେ ଏହା ଏବେ ଲୋକଲୋଚନକୁ ଆସିପାରିଛି । କିଛି ବଣବୁଦା କାଟି ଜଳପ୍ରପାତ ନିକଟକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଛି । ଦୂରରୁ ଏହି ଜଳପ୍ରପାତ ଦେଖିବାକୁ ଯେତିକି ମନୋରମ ନିକଟରୁ ଏହାର ସୌନ୍ଦର୍ଯ୍ୟରେ ଅଭିଭୂତ ହେଉଛନ୍ତି ପର୍ଯ୍ୟଟକ ।

ଲଟା ବୁଦା ଆଚ୍ଛାଦିତ ପ୍ରପାତସ୍ଥଳୀକୁ ରାସ୍ତା ଫିଟିଥିବା ବେଳେ ରାସ୍ତାକଡରେ ଚାରାରୋପଣ ଭଳି କାର୍ଯ୍ୟ ଆରମ୍ଭ ହୋଇଛି । ପାର୍କ, ପିକନିକ ସ୍ଥଳୀ ଭଳି ଅନ୍ୟାନ୍ୟ ଉନ୍ନତିକରଣ ସହିତ ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନିମନ୍ତେ ପଞ୍ଚାୟତ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଣ୍ଟା ଭିଡିଛି । ଏଥି ସହିତ ଅନତି ଦୂରରୁ ଦୃଶ୍ୟମାନ ହେଉଥିବା ମନୋରମ ପୁଟଘର ଜଳ ପ୍ରପାତ ପାହାଡ଼ି କନ୍ୟା ମୁଣ୍ଡରୁ ପାଟ ଓଢଣୀ କାଢି ପଦାକୁ ଗୋଡ କାଢିବା ପରି ମନେ ହେଉଛି । ସଜେଇ ହେଉଛି ‘ପୁଟଘର’ । କେନ୍ଦୁଝର ସଦର ମହକୁମାରୁ ଭାୟା ପଳାଶପଙ୍ଗା ଦେଇ ୫୦ କିମି ତଥା ଭାୟା ବାଂଶପାଳ ଦେଇ ୭୦ କିମ ଗଲେ କାଇଯୋଡା ପାହାଡର ଶାନ୍ତ ସବୁଜିମା ପରିବେଶ ମଧ୍ୟରେ ପାହାଡ କୋଳରେ ଶୋଭା ପାଉଛି ଏହି ଜଳ ପ୍ରପାତ ।

ଏହା ମଧ୍ୟ ପଢନ୍ତୁ-Year Ender 2022: ନୂଆ ବର୍ଷରେ ନୂଆ ସକାଳ ଦେଖିବ ଓଡିଆ ସିନେମା ଜଗତ

ତେବେ ଧିରେ ଧିରେ ଏଠାକୁ ପର୍ଯ୍ୟଟକଙ୍କ ଭିଡ ବଢ଼ୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । ତେବେ ପ୍ରପାତ ପାଖକୁ ଯାତାୟତ ପାଇଁ ପାହାଚ, କଂକ୍ରିଟ ରାସ୍ତା ସହିତ ପିଣ୍ଡି, ଫୁଲ ବଗିଚା, ରେଲିଂ, ବିଶ୍ରାମଗାର, ଶୌଚାଳୟ, ପାନୀୟ ଜଳ, ଆଲୋକୀକରଣ ଏବଂ ନାଳ ଉପରେ ଚେକଡ୍ୟାମ୍‌ ଆଦି ନିର୍ମାଣ ହୋଇ ପାରିଲେ ପୁଟଘର ଜଳ ପ୍ରପାତ ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନସ୍ଥଳୀ ହୋଇ ପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସବୁଜିମା ପରିବେଶ ମଧ୍ୟରେ ରହିଥିବା ଜଳ ପ୍ରପାତଟି ଖୁବ୍‌ ମନୋରମ । ପ୍ରପାତ ଏବଂ ପାଶ୍ବବର୍ତ୍ତୀ ଅଞ୍ଚଳର ବିକାଶ ହେଲେ ଏହା ଜିଲ୍ଲାରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇ ପାରିବ । ପଞ୍ଚାୟତ ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ କରାଯାଉଛି । ତେବେ ବଡ ପ୍ରକଳ୍ପ ହୋଇଥିବାରୁ ଏଥିପାଇଁ ଆବଶ୍ୟକୀୟ ଅର୍ଥ ନିମନ୍ତେ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରାଯିବ ବୋଲି ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡା ପ୍ରକାଶ କରିଛନ୍ତି ।

ତେବେ ଦୁଃଖର ବିଷୟ ଏହି ସ୍ଥାନ ଏଯାଏଁ ପର୍ଯ୍ୟଟନ ବିଭାଗର ମାନ ଚିତ୍ରରେ ସ୍ଥାନ ପାଇନି । ତେବେ କେବେ ପର୍ଯ୍ୟଟନ ବିଭାଗ ନିଦ ଭାଙ୍ଗୁଛି ଆଉ ଏଠାରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ କରୁଛି, ତାକୁ ଅପେକ୍ଷା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.