ETV Bharat / state

ମା'କୁ ଘରୁ ତଡ଼ି 20 ହଜାର ଜୋରିମାନା ଗଣିଲେ ପୁଅବୋହୂ, ନେବେ ଭରଣପୋଷଣ ଦାୟିତ୍ବ - କେନ୍ଦୁଝରରେ ପୁଅବୋହୂକୁ ଜୋରିମାନା ଆଦେଶ

କେନ୍ଦୁଝରରେ ବୃଦ୍ଧା ମା'କୁ ଘରୁ ତଡ଼ି ଜୋରିମାନା ଗଣିଲେ ପୁଅବୋହୂ । ଏହା ସହ ବୃଦ୍ଧାଙ୍କ ଭରଣ ପୋଷଣ ପାଇଁ ପୁଅବୋହୂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ମା'କୁ ଘରୁ ତଡ଼ିବା ପଡିଲା ମହଙ୍ଗା, ପୁଅବୋହୂକୁ ଜରିମାନା ସହ ଭରଣପୋଷଣ ଆଦେଶ

author img

By

Published : Jan 8, 2022, 11:47 AM IST

କେନ୍ଦୁଝର: ବୃଦ୍ଧାବସ୍ଥାରେ ମା'କୁ ଘରୁ ତଡ଼ିଦେବା ପୁଅବୋହୂଙ୍କୁ ପଡ଼ିଛି ମହଙ୍ଗା । ୨୦୨୦ ମସିହାରେ ହୋଇଥିବା ଏକ ଘରୋଇ ହିଂସାରେ ଆଜି(ଶୁକ୍ରବାର) କେନ୍ଦୁଝର ଜିଲ୍ଲା JMFC-୨ କୋର୍ଟ ରାୟ ଶୁଣାଇଛନ୍ତି । ପୁଅବୋହୂ ଏହି କାର୍ଯ୍ୟ ଲାଗି ୨୦ ହଜାର ଜୋରିମାନା ସହିତ ଭରଣ ପୋଷଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ମା'କୁ ଘରୁ ତଡ଼ି 20 ହଜାର ଜୋରିମାନା ଗଣିଲେ ପୁଅବୋହୂ, ନେବେ ଭରଣପୋଷଣ ଦାୟିତ୍ବ

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଟାଉନ ଥାନା କାଶିପୁର ଅଞ୍ଚଳରେ ରହୁଥିଲେ ସମ୍ବାରି ଜେନା । ସେ ତାଙ୍କ ବଡ଼ ପୁଅ ହାଡିବନ୍ଧୁ ଜେନାଙ୍କ ନିକଟରେ ରହୁଥିଲେ । ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ କିଛି ଟଙ୍କା ଆସିଥିଲା । ବଡ଼ ପୁଅ ହାଡିବନ୍ଧୁ ଓ ତାଙ୍କ ବଡ ବୋହୂ ମମତା ଜେନା ବୃଦ୍ଧାଙ୍କୁ ସେହି ଟଙ୍କା ମାଗିଥିଲେ ହେଲେ ବୃଦ୍ଧା ଟଙ୍କା ଦେଇନଥିଲେ । ଯାହାକୁ ନେଇ ପୁଅ ଓ ବୋହୂ ମିଶି ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ।

ଶେଷରେ କିଛି ଉପାୟ ନପାଇ ବୃ୍ଦ୍ଧା ଜିଲ୍ଲା ଲିଗାଲ ସେଲର ଦ୍ବାରସ୍ଥ ହେଇଥିଲେ । ସେ ୨ ବର୍ଷ ହେବ ଜିଲ୍ଲା ସ୍ବାଧର ଗୃହରେ ଆଶ୍ରୟ ନେଇଥିଲେ । ଶୁକ୍ରବାର ଜିଲ୍ଲା JMFC-୨ କୋର୍ଟର ବିଚାରପତି ଅଶ୍ଵିନୀ କୁମାର ବେହେରା ରାୟ ଦେଇଛନ୍ତି । ସମ୍ବାରିଙ୍କୁ କ୍ଷତିପୂରଣ ବାବଦରେ ୨୦ ହଜାର ଟଙ୍କା ଓ ରକ୍ଷାଣ ବେକ୍ଷଣ ପାଇଁ ମାସିକ ୫୦୦୦ ଟଙ୍କା ଦେବା ପାଇଁ ବଡ ପୁଅ ହାଡ଼ିବନ୍ଧୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ନିଜ ଘରେ ରଖି ମା'ଙ୍କ ଭରଣ ପୋଷଣ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଆଦେଶ ଅମାନ୍ୟ କଲେ ପୁଅ ବୋହୂଙ୍କୁ ଘରୁ ଉଚ୍ଛେଦ କରି ବୃଦ୍ଧାଙ୍କୁ ହସ୍ତାନ୍ତର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଏହି ରାୟ ପରେ ଘରୋଇ ହିଂସା, ସ୍ବାଧର ଗୃହ ଓ ଟାଉନ ଥାନା ପୋଲିସ ଉପସ୍ଥିତ ରହି ସମ୍ବାରୀଙ୍କୁ ତାଙ୍କ ନିଜ ଘରେ ଛାଡ଼ିଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.