ETV Bharat / state

ଅପହଞ୍ଚ ଇଲାକାରେ ଅପହଞ୍ଚ ପାନୀୟ ସେବା - ନଳକୂପ ସେବା

କେନ୍ଦୁଝର ଘୁଟୁରୁମୁଣ୍ଡାରେ ଚିନ୍ତା ବଢାଇଛି ପାନୀୟ ସେବା । କୋଟି କୋଟି ଟଙ୍କାର ସରକାରୀ ଯୋଜନା ଏହି ଅପହଞ୍ଚ ଇଲାକାରେ ଏବେ ଅପହଞ୍ଚ ପାଲଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର
author img

By

Published : Aug 25, 2019, 2:10 PM IST

କେନ୍ଦୁଝର: ଘୁଟୁରୁମୁଣ୍ଡାବାସୀଙ୍କ ଚିନ୍ତା ବଢାଇଛି ପାନୀୟ ଜଳ । ପ୍ରଶାସନକୁ ଯେତେ ଗୁହାରୀ କଲେ ବି ମିଳୁନାହିଁ ସୁବିଧା । ସରକାର ବିଭିନ୍ନ ଯୋଜନାମାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କେନ୍ଦୁଝରରୁ ମାତ୍ର 5 କିମି ଦୂରରେ ଥିବା ଏହି ଗାଁରେ ପହଞ୍ଚି ପାରୁନି ନଳକୂପ ସେବା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ଏଭଳି ଏକ ଅପହଞ୍ଚ ଗାଁରେ ପାନୀୟ ସମସ୍ୟା ଭଳି ମୌଳିକ ସୁବିଧା ଯୋଗାଇ ପାରୁନାହାନ୍ତି ସରକାର। ଗାଁରେ 2ଟି ନଳକୂପ ରହିଛି ହେଲେ 2ଟି ଯାକ ସମ୍ପୂର୍ଣ୍ଣ ଅଚଳ କହିଲେ ଚଳେ । ଗୋଟିଏରୁ ପାଣି ଆଇରନ ଯୁକ୍ତ ପାଣି ବାହାରୁଥିବା ବେଳେ ଅନ୍ୟଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଫଳରେ ବାଧ୍ୟ ହୋଇ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଫଳରେ ରୋଗରେ ପଡୁଛନ୍ତି ଗ୍ରାମବାସୀ ।

ସେପଟେ, ଯଥାଶୀଘ୍ର ନଳକୂପ ମରାମତି କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପିଇବା ପାଣି ସମସ୍ୟା ଭୋଗୁଛନ୍ତି ଘୁଟୁରୁ ମୁଣ୍ଡା ସାହି ଅଧିବାସୀBody:
ଆଙ୍କର- ସରକାର ସବୁ ଘରକୁ ସ୍ୱଚ୍ଛ ପିଇବା ପାଣି ଦେବା ପାଇଁ ବଧ୍ୟପରିକର । ଏଥି ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ସ୍ୱଚ୍ଛ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ମୁଣ୍ଡା ସାହି ଅଧିବାସୀ । ଉକ୍ତ ଗ୍ରାମଟି କେନ୍ଦୁଝର ମୁଖ୍ୟାଳୟ ରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମଟି ଏକ ଅପହଞ୍ଚ ଗ୍ରାମ ହିସାବରେ ଗଣାଯାଏ । ଗ୍ରାମରେ ପିଇବା ପାଣି ପାଇଁ ଦୁଇଟି ଟ୍ୟୁଏଲ ଅଛି । କିନ୍ତୁ ସେହି ଦୁଇଟି ଏକ ପ୍ରକାର ଅଚଳ କହିଲେ ଚଳେ । ଗୋଟିଏ ରେ ପାଣି ବାହାରିଥିଲେ ମଧ୍ୟ ତାହା ପିଇବା ଯୋଗ୍ୟ ନୁହେଁ । ଗ୍ରାମ ଲୋକେ ବାଧ୍ୟ ହୋଇ ନିକଟରେ ଯାଇଥିବା ନାଳରୁ ଚୁଆ ଖୋଳି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଫଳରେ ବହୁ ସମୟରେ ଗ୍ରାମବାସୀ ରୋଗରେ ପଡୁଛନ୍ତି । ଏନେଇ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ କେହି ଗୁହାରି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରୁ ଯଥାଶୀଘ୍ର ଟ୍ୟୁଏଲ ମରାମତି କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ।
ବାଇଟ-୧-ରବିନ ସିଂ ତିର୍କୀ( ଗ୍ରାମବାସୀ)
ବାଇଟ-୨-ବିଜୟ କୁମାର ମୁଣ୍ଡା (ଗ୍ରାମବାସୀ)
ବାଇଟ-୩- ଡ଼ ଉଦ୍ଧବ ଚନ୍ଦ୍ର ମାଝୀ( ପ୍ରକଳ୍ପ ନିର୍ଦେଶକ, ଡିଆରଡିଏ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.