ETV Bharat / state

ବିଜୁଳି ଦର ବୃଦ୍ଧି ପ୍ରତିବାଦ: କ୍ୟାଣ୍ଡେଲ ଓ ଲଣ୍ଠନ ଧରି ପ୍ରତିବାଦ କଲା ବିଜେପି

author img

By

Published : Jul 23, 2021, 9:24 AM IST

ଦିନକୁ ଦିନ ବିଜୁଳି ଦର ବଢ଼ିବାରେ ଲାଗିଛି । ଗୁରୁବାର ସଂନ୍ଧ୍ୟାରେ ଜିଲ୍ଲା ବିଜେପି ତରଫରୁ କ୍ୟାଣ୍ଡେଲ ଏବଂ ଲଣ୍ଠନ ଧରି ଅଭିନବ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଅହେତୁକ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦୁଝର: ଦିନକୁ ଦିନ ବିଜୁଳି ଦର ବଢ଼ିବାରେ ଲାଗିଛି । ଏପଟେ ଛାତ୍ରଛାତ୍ରୀମାନେ ଅନଲାଇନରେ ଶିକ୍ଷାର ସୁବିଧା ପାଉଥିବା ବେଳେ ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏହା ପ୍ରତିବାଦରେ ଗୁରୁବାର ସଂନ୍ଧ୍ୟାରେ ଜିଲ୍ଲା ବିଜେପି ତରଫରୁ କ୍ୟାଣ୍ଡେଲ ଏବଂ ଲଣ୍ଠନ ଧରି ଅଭିନବ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜେପିକର୍ମୀ ସ୍ଥାନୀୟ ରାମ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଦ୍ୟୁତ ବିଭାଗ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଓଡ଼ିଶା ସୀମାବର୍ତ୍ତୀ ରାଜ୍ୟ ଗୁଡିକରେ ବିଦ୍ୟୁତ ଶୁଳ୍କ କମ୍ ରହିଥିବା ବେଳେ ଓଡ଼ିଶାରେ ଖୁବ କମ ଦିନ ବ୍ୟବଧାନରେ ପ୍ରଥମେ ୟୁନିଟ ପିଛା ୨୦ ପଇସା ଏବଂ ପୁନର୍ବାର ୩୦ ପଇସା ବୃଦ୍ଧିକୁ ଟାଟା କମ୍ପାନୀର ଜୁଲୁମ ବୋଲି ବିଜେପି ନେତାମାନେଲ ଅଭିଯୋଗ କରିଛନ୍ତି । ଏହା ସହ ଲୋ ଭୋଲ୍ଟେଜ ଏବଂ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ପାଇଁ ଦାବି ମଧ୍ୟ କରିଛନ୍ତି । ତୁରନ୍ତ ଏ ସମସ୍ୟାର ସମାଧାନ ନହେଲେ ଜିଲ୍ଲା ବିଜେପି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.