ETV Bharat / state

ଲକ୍ଷ୍ମୀଙ୍କ ଲକ୍ଷ୍ୟ ପୂରଣ, ଅଗଣାରେ ପହଞ୍ଚିଲା ଜଳ - desi well in courtyard

ସ୍ତ୍ରୀର ଦୁଃଖ ସହି ନପାରି ନିଜ ଉଦ୍ୟମରେ କେନ୍ଦୁଝର ବନେଇକଳାର ଲକ୍ଷ୍ମୀ ମୁଣ୍ଡା ତିଆରି କରିଛନ୍ତି କାଠ ତିଆରି ନଳକୂପ । ତା ପୁଣି ଭୂତଳ ଜଳରୁ ନୁହେଁ, 500 ମିଟର ଦୂରରେ ଥିବା ପୋଖରୀ ପାଣିରୁ । ଯେଉଁଥିରୁ ଝର ଝର ହୋଇ ଝରିପଡୁଛି ଖୁସିର ପାଣି । ଅଧିକ ପଢନ୍ତୁ...

kendujhar
ଲକ୍ଷ୍ମୀଙ୍କ ଲକ୍ଷ୍ୟ ପୂରଣ, ଅଗଣାରେ ପହଞ୍ଚିଲା ଜଳ
author img

By

Published : Dec 28, 2019, 11:58 PM IST

କେନ୍ଦୁଝର: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଉ ଅଦମ୍ୟ ଆଗ୍ରହ, ସମସ୍ୟା ସମାଧାନ ବାଟ ବାହାର କରେ । ଯାହାର ପ୍ରତ୍ୟକ୍ଷ ଉଦାହରଣ ସାଜିଛନ୍ତି କେନ୍ଦୁଝର ବନେଇକଳାର ଲକ୍ଷ୍ମୀ ମୁଣ୍ଡା । ପାଣି ପାଇଁ ସ୍ତ୍ରୀର ଦୁଃଖ ସହି ନପାରି ନିଜ ଉଦ୍ୟମରେ ତିଆରି କରିଛନ୍ତି କାଠ ତିଆରି ନଳକୂପ । ତା ପୁଣି ଭୂତଳ ଜଳରୁ ନୁହେଁ, 500 ମିଟର ଦୂରରେ ଥିବା ପୋଖରୀ ପାଣିରୁ । ଯେଉଁଥିରୁ ଝର ଝର ହୋଇ ଝରିପଡୁଛି ଖୁସିର ପାଣି ।

ଲକ୍ଷ୍ମୀଙ୍କ ଲକ୍ଷ୍ୟ ପୂରଣ, ଅଗଣାରେ ପହଞ୍ଚିଲା ଜଳ

ଇଲେକ୍ଟ୍ରିକ ୱାରିଂ ପାଇପ ସହ ଏକ ମିଟର ଲମ୍ବ ସ୍ପଞ୍ଜ, ଖଣ୍ଡେ ଲୁହାଜାଲି, ଗୋଟିଏ ଲୁହା ରଡ ଓ ତିନି ଫୁଟ ପ୍ଲାଷ୍ଟିକ ପାଇପ୍‌ କିଣି ସେଥିରେ ପତ୍ନୀ ଜଙ୍ଗଲରୁ ଆଣିଥିବା କାଠ ସାହାଯ୍ୟରେ, ଏପରି ନଳକୂପ ତିଆରି କରିଛନ୍ତି ଲକ୍ଷ୍ମୀ । ଗାଁ ମୁଣ୍ଡରେ ଥିବା ସରକାରୀ ପୋଖରୀରୁ ଏପରି ଭାବେ ୱାରିଂ ପାଇପ ପକାଇ ବିଲରେ ବିଲରେ ଘର ଅଗଣାକୁ ପହଞ୍ଚାଇଛନ୍ତି ପାଣି । ଯାହାକୁ ତାଙ୍କ ପରିବାର ସହ ଗାଁର ଅନ୍ୟ ଲୋକ ମଧ୍ୟ ବ୍ୟବହାର କରୁଛନ୍ତି ।

ଲକ୍ଷ୍ମୀଙ୍କ ପରିବାର କହିଲେ ପତ୍ନୀ ସୀତା ଓ ଦୁଇ ପୁ୍ଅ । ଗାଁରେ ଏକ ଛୋଟିଆ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ସେ । ଯୁକ୍ତ 2 ପର୍ଯ୍ୟନ୍ତ ପାଠ ପଢିଥିବା ଲକ୍ଷ୍ମୀ ପୂର୍ବରୁ ଏପରି ଅନେକ କାର୍ଯ୍ୟ କରିଛନ୍ତି । କମ ଖର୍ଚ୍ଚରେ ଏପରି ନୂଆ ନୂଆ ଜିନିଷ ତିଆରି କରିବାରେ ଇଚ୍ଛା ରଖୁଥିବା ଲକ୍ଷ୍ମୀଙ୍କୁ କିନ୍ତୁ ଅର୍ଥ ବାଧକ ସାଜୁଛି । ତେବେ ତାଙ୍କର ଏପରି କାମରେ ଖୁସି ହେବା ସହ କିଛି ସରକାରୀ ସହାୟତା ମିଳିଲେ ଅନେକ କିଛି ସେ କରିପାରନ୍ତେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ - ପରିବାର ପାଇଁ ନିଜସ୍ୱ ଉଦ୍ୟମରେ ଅଧ କିଲୋମିଟର ଦୂରରୁ ପାଣି ଆଣି ଘରେ ପହଂଚାଇଲେ ଆଦିବାସୀ ଯୁବକ Body:ଆଙ୍କର - ଦୃଢ ଇଛା ଶକ୍ତି ଥିଲେ କିପରି ସମସ୍ୟା ଆପେ ଆପେ ସମାଧାନ ହୋଇଯାଏ ତାହାର ଅନେକ ନଜିର ରହିଛି । ଏହି ପରି ନିଜ ପରିବାରର ଦୁଃଖ ଦୁର କରିବାକୁ ଯାଇ ଅଧ କିଲୋମିଟର ଦୂରରୁ ସ୍ତ୍ରୀଙ୍କ ହାତ ପାଆନ୍ତାରେ ପହଂଚାଇ ପାରିଛନ୍ତି ପାଣି । ତାହା ପୁଣି ନିଜସ୍ୱ ଉଦ୍ୟମରେ ଅଳ୍ପ ଖର୍ଚ୍ଚରେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ଗ୍ରାମ ପଂଚାୟତର ବନେଇକଳା ଗାଁରେ । ନିଜ ପରିବାରର ଦୁଃଖ ସହି ନପାରି ସ୍ୱାମୀ ଲକ୍ଷ୍ମୀ ମୁଣ୍ଡା ଚିନ୍ତା କଲେ କିପରି ହାତ ପାହାନ୍ତାରେ ପାଣି ଯୋଗାଇ ଦେବେ । ହାତରେ ସେତିକି ସମ୍ବଳ ନାହିଁକି ଟିୟୁବ ଓଲ ଖୋଳିଦେବେ । ଲକ୍ଷ୍ମୀ ମୁଣ୍ଡା ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସୀତା ଓ ଦୁଇ କୁନି ପୁଅ । ଝୁମ୍ପୁରା ପଂଚାୟତ ସମିତି ଆଚଂଳିକ ମହାବିଦ୍ୟାଳୟରୁ +୨ ଶିକ୍ଷା ଗ୍ରହଣ କରିବା ପରେ ପାଠରେ ଲାଗିଲା ଡୋରି । ଗାଁ ରାସ୍ତା କଡରେ ଭଙ୍ଗା ଦଦରା ଘରେ ଆରମ୍ଭ କରିଥିଲେ ଛୋଟିଆ ଦୋକାନଟିଏ । ଯେଉଁଥିରେ ଗୁଜୁରାଣ ଚଳାଉଥିଲେ ଲକ୍ଷ୍ମୀ । ତାଙ୍କ ପତ୍ନୀ ସୀତା ପାଣି ପାଇଁ ରାତି ଅଧରେ ଅଧା କିଲୋମିଟର ଦୂରକୁ ଯାଇ ଅନେକ ସମସ୍ୟା ସମ୍ମୁଖୀନ ହେଉଥିବା ହୃଦୟଙ୍ଗମ କଲେ ଆଦିବାସୀ ଯୁବକ ଲକ୍ଷ୍ମୀ । ବହୁତ ଦିନ ଚିନ୍ତା କରିବା ପରେ ତାଙ୍କ ମୁଣ୍ଡକୁ ଏକ ଉପାୟ ଜୁଟିଲା । ତେଣୁ ସେ ବଜାରରୁ ପ୍ରାୟ ୫ଶହ ମିଟର ଇଲେକ୍ଟ୍ରିକ ୱାରିଙ୍ଗ ପାଇପ୍,ଏକ ମିଟର ଲମ୍ବର ସ୍ପଞ୍ଜ,ଅଳ୍ପ ଟିକିଏ ଲୁହା ଜାଲି,ଟିଉବୱେଲରେ ବ୍ୟବହାର କରାଯାଉଥିବା ଗୋଟିଏ ଲୁହା ରଡ ଏବଂ ଭାଲ୍ବ,ଗୋଟିଏ ବୋଲ୍ଟ ଓ ଦୁଇ ତିନି ଫୁଟ ପ୍ଲାଷ୍ଟିକ ପାଇପ୍ କିଣି ଆଣିଲେ । ତାଙ୍କ ପତ୍ନୀ ଜଙ୍ଗଲରୁ ଆଣିଥିବା ଦୁଇ ଖୁନ୍ଟ ଓ ଗୋଟିଏ ହ୍ୟାଣ୍ଡେଲେ ପାଇଁ ବ୍ୟବହୃତ କାଠ ସଂଗ୍ରହ କରି ଆଣିଲେ । ଉଭୟ ମିଶି କାମ ଆରମ୍ଭ କଲେ । ଗାଁ ମୁଣ୍ଡରେ ଥିବା ସରକାରୀ ପୋଖରୀରୁ ନିଜ ଘର ପାଖକୁ ପାଣି ଆଣିବା ପାଇଁ କିଣି ଆଣିଥିବା ପାଇପ ପୋତି ଆଣିଲେ । ପରେ ପୋଖରୀରେ ପାଇପ୍ ମୁଣ୍ଡରେ ସ୍ପଞ୍ଜ ଓ କିଛି ତୁଳା ଦେବା ସହ ସ୍ପଞ୍ଜଟିକୁ ସୁରକ୍ଷା ଦେବା ପାଇଁ ତାର ଜାଲି ଘୋଡାଇ ଦେଲେ ଯାହା ଫିଲଟରର କାମ କଲା । ପାଇପ୍ ପହଂଚିଲା ଘର ଅଗଣାକୁ । ସେଠାରେ ପାଇପ୍ ମୁଣ୍ଡରେ ମାତ୍ର ଦୁଇ ଫୁଟ ଗଭୀର କରାଯାଇ ଏକ ନଳକୂପର ଭାଲବ ଲଗାଇବା ପରେ ଭାଲ୍ବରେ ଲୁହା ରଡଟି ସଂଯୋଗ କଲେ ଯୁବକ । ସ୍ତ୍ରୀ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା କାଠରେ ନଳକୂଅ ଭଳି ହ୍ୟାଣ୍ଡେଲେ ଓ ବେସ୍ ତିଆରି ହେଲା । ହ୍ୟାଲେ ହଲାଇବାରୁ ପାଣି କଳକଳ ହୋଇ ବାହାରିଲା । ଖୁସିରେ ଆତ୍ମହରା ହୋଇପଡିଲେ ଆଦିବାସୀ ଯୁବକ ଲକ୍ଷ୍ମୀ ମୁଣ୍ଡା। ସହାୟତା ମିଳିଲେ ଅନେକ ଲୋକଙ୍କ ପାଖକୁ ଏଭଳି ପାଣି ପହଂଚାଇବାରେ ସହାୟକ ହେବେ ବୋଲି କହିଛନ୍ତି ସେ । ଯାହାକୁ ନେଇ ସ୍ତ୍ରୀ ସୀତା ମଧ୍ୟ ବହୁତ ଖୁସି । ଲକ୍ଷ୍ମ ଙ୍କ ଘରେ ପାଣି ପହଂଚିବା ଦେଖି ଗ୍ରାମବାସୀମାନେ ମଧ୍ୟ ଖୁସିରେ ବିଭୋର ହୋଇ ପଡିଲେ । କାରଣ ସେହି ଗାଁରେ ପାଣି ସମସ୍ୟା ଜଟିଳ । ଲକ୍ଷ୍ମୀ ମୁଣ୍ଡାଙ୍କର ହାତ ତିଆରି ନଳକୂଅରୁ ବନେଇକଳାର ପ୍ରାୟ ୨୦ ପରିବାର ବର୍ତମାନ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଯାହା ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ବାଇଟ-୧- ଲକ୍ଷ୍ମୀ ମୁଣ୍ଡା ( ପାଣି ପାଇପ ଉଦ୍ଭାବକ) ସ୍ୱିଟର ପିନ୍ଧିଥିବା ଲୋକ

ବାଇଟ-୨-ସୀତା ମୁଣ୍ଡା ( ଲକ୍ଷ୍ମୀଙ୍କ ସ୍ତ୍ରୀ) ଶାଢ଼ୀ ପିନ୍ଧି ଥିବା ମହିଳା

ବାଇଟ-୩-ସଞ୍ଜୀବ ମହାନ୍ତ ( ଲକ୍ଷ୍ମୀ ଙ୍କ ସାଙ୍ଗ) ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ଲୋକ

ବାଇଟ- ୪-ପ୍ରହଲ୍ଲାଦ ମହାନ୍ତ ( ଗ୍ରାମବାସୀ) ପିଙ୍କ ରଙ୍ଗର ଗଞ୍ଜି ପିନ୍ଧିଥିବା ଲୋକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.