ETV Bharat / state

କେନ୍ଦୁଝର ଜିଲ୍ଲା କୋର୍ଟ 2 ଦିନ ଲକଡାଉନ - କେନ୍ଦୁଝର ଜିଲ୍ଲା କୋର୍ଟରେ କୋରୋନା ପଜିଟିଭ

କେନ୍ଦୁଝର ଜିଲ୍ଲା କୋର୍ଟରେ କୋରୋନା ପଜିଟିଭ ଚିହ୍ନଟ । କେନ୍ଦୁଝର ଜିଲ୍ଲା କୋର୍ଟକୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।ଅଧିକ ପଢନ୍ତୁ...

କେନ୍ଦୁଝର ଜିଲ୍ଲା କୋର୍ଟ 2ଦିନ ପାଇଁ ହେଲା ଲକଡାଉନ

author img

By

Published : Jul 23, 2020, 4:22 PM IST

କେନ୍ଦୁଝର: ଜିଲ୍ଲା କୋର୍ଟରେ କୋରୋନା ପଜିଟିଭ ଚିହ୍ନଟ । କେନ୍ଦୁଝର ଜିଲ୍ଲା କୋର୍ଟକୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

କେନ୍ଦୁଝର ଜିଲ୍ଲା କୋର୍ଟ 2ଦିନ ପାଇଁ ହେଲା ଲକଡାଉନ

ଦିନକୁ ଦିନ କେନ୍ଦୁଝର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ପ୍ରଶାସନ ମଧ୍ୟ ସଜାଗ ହୋଇଛି । ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟଡାଉନ ମଧ୍ୟ ଘୋଷଣା କରିଛନ୍ତି ସରକାର । ତଥାପି କୋରୋନା ଆକ୍ରାନ୍ତ ସଂଖ୍ୟା କମୁ ନଥିବାବେଳେ ଜିଲ୍ଲା କୋର୍ଟର ଜଣେ ବରିଷ୍ଠ ଓକିଲଙ୍କ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟକୁ ଦୁଇ ଦିନ ଲକଡାଉନ ଘୋଷଣା କରାଯାଇଛି । ଗୁରୁବାର ଓ ଶୁକ୍ରବାର ଦୁଇଦିନ କୋର୍ଟ ବନ୍ଦ ରହିବ । ଏହା ସହ ସାପ୍ତାହିକ ଶନିବାର, ରବିବାର ସଟଡାଉନ ପରେ ସୋମବାର କୋର୍ଟ ଖୋଲିବ ବୋଲି ସଙ୍ଘ ସଂପାଦକ ପ୍ରକାଶ କରିଛନ୍ତି ।

ସେହିପରି ଜିଲ୍ଲା ପ୍ରଶାସନକୁ ଓକିଲ ସଂଘ ଜିଲ୍ଲାକୁ ପୂ୍ର୍ବରୁ ସଟଡାଉନ ଘୋଷଣ ପାଇଁ ଦାବି କରିଥିଲେ କିନ୍ତୁ ଜିଲ୍ଲା ପ୍ରଶାସନ ନମାନିବାରୁ ସହରରେ କ୍ରମାଗତ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ କରିଛି ସଂଘ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.