କେନ୍ଦୁଝର: ଗଣତନ୍ତ୍ରର ମହାନପର୍ବ ଆରମ୍ଭ ହୋଇଯାଇଛି । ଏପଟେ ତୃତୀୟ ପର୍ଯ୍ୟାୟରେ କେନ୍ଦୁଝରରେ ମଧ୍ୟ ଭୋଟିଂ ଚାଲିଛି । ଭୋଟର ନିଜ ବହୁମୂଲ୍ୟ ଭୋଟ ଦେଇ ନିଜ ଜନ ପ୍ରତିନିଧିଙ୍କୁ ବାଛୁଛନ୍ତି। ରାଜ୍ୟରେ ଏବେ ଅନେକ ଆଦିବାସୀ ପଛୁଆ ବର୍ଗ ରହିଛନ୍ତି । ସେମାନେ ମଧ୍ୟ ଗଣତନ୍ତ୍ରର ଜଣେ ନାଗରିକ ହିସାବରେ ଭୋଟ ଦେଇ ନିଜର ଗୁରୁ ଦାୟୀତ୍ବ ତୁଲାଇଛନ୍ତି ।
ଏହି ଆଦିବାସୀ ଲୋକେ ବୁଥରେ ଲମ୍ବା ଲାଇନରେ ଠିଆ ହୋଇରହିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ତେବେ ଭୋଟ ଦେଇ ନିଜ ପସନ୍ଦର ଉପଯୁକ୍ତ ନେତା ବାଛିବେ ବୋଲି ସେମାନେ କହିଛନ୍ତି ।
ତେବେ ମତଦାନକୁ ନେଇ କିଭଳି ଥିଲା କେନ୍ଦୁଝର କୋଡିପଶା ଗ୍ରାମର ଆଦିବାସୀଙ୍କ ପ୍ରତିକ୍ରିୟା, ଏନେଇ ସେମାନଙ୍କ ମତାମତ ନେଇଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି...
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ