କେନ୍ଦୁଝର: ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ଖେଳାଇଛି କାଳବୈଶାଖୀ । ଏହା ସାଙ୍ଗକୁ କୋହଲା ପାଗ ସହ ଥଣ୍ଡା ପବନ ମଧ୍ୟ ବୋହିଥିଲା । ସକାଳୁ ଆକାଶରେ କଳା ମେଘାଚ୍ଛନ ରହିଥିବା ବେଳେ ଚାରିଆଡେ ସଂଧ୍ୟା ପରର ଦୃଶ୍ୟ ଭଳି ମନେହେଉଥିଲା ।
ପ୍ରବଳ ବିଜୁଳି ସାଙ୍ଗକୁ ଘଡଘଡି ଓ ବର୍ଷା ହୋଇଥିବା ବେଳେ ପବନରେ କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା ମିଳିଛି । ଜିଲ୍ଲାରେ ବର୍ଷା ପରେ ପ୍ରବଳ ଖରା ତାପରୁ କିଛିଟା ଅଶ୍ଵସ୍ତି ମିଳିଛି ।
ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ