ETV Bharat / state

ତିନି ମାସ ହେଲା ଦରମା ବନ୍ଦ: ବିଇଓଙ୍କ କାର୍ଯ୍ୟାଳୟରେ ତାଲା ଝୁଲାଇଲେ କନିଷ୍ଠ ଶିକ୍ଷକ

author img

By

Published : Jul 28, 2019, 3:16 PM IST

Updated : Jul 28, 2019, 11:52 PM IST

ତିନି ମାସ ହେଲା ଦରମା ବନ୍ଦ । ବିଇଓଙ୍କ କାର୍ଯ୍ୟାଳୟ ତାଲା ଝୁଲେଇଲେ କନିଷ୍ଠ ଶିକ୍ଷକ  । ହାଟଡ଼ିହି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କୁ ମିଳିନି ଗଲା ଏପ୍ରିଲ ମାସରୁ ଦରମା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ହାଟଡ଼ିହି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଦରମା ବନ୍ଦ ପ୍ରତିବାଦରେ ବିଇଓଙ୍କ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି । ତିନି ମାସ ହେଲା ଦରମା ନମିଳିବା ପ୍ରତିବାଦରେ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ତାଲା ପକାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଗତ ଏପ୍ରିଲ ମାସ ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଦରମା ଦିଆଯାଇ ନାହିଁ । ମାସ ମାସ ଧରି ଦରମା ମିଳୁନଥିବାରୁ ଶିକ୍ଷକମାନେ ମାନସିକ ଅଶାନ୍ତି ସହ ପରିବାର ଚଳାଇବାରେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଶିକ୍ଷକମାନେ ମାସକୁ ମାସ ଦରମା ପାଉଥିବାବେଳେ କନିଷ୍ଠ ଶିକ୍ଷକମାନଙ୍କ ତିନି ମାସ ହେଲା ଦରମା ବନ୍ଦ । ବିଇଓଙ୍କ କାର୍ଯ୍ୟାଳୟ ତାଲା ଝୁଲେଇଲେ କନିଷ୍ଠ ଶିକ୍ଷକ ।

କନିଷ୍ଠ ଶିକ୍ଷକ ସଂଘଙ୍କ ଦାବି ପ୍ରତି କର୍ଣ୍ଣପାତ କରାଯାଉନାହିଁ । ବାରମ୍ବାର ଅଧିକାରୀଙ୍କୁ ଦେଖାକରି କିଛି ସୁଫଳ ନମିଳିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସଂଘ ସମ୍ପାଦକ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

Intro:280719_AND_AVB_BEO OFFICE GHERAU

ଆନନ୍ଦପୁର
ଆଙ୍କର-କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ତିନି ମାସ ହେଲା ଦରମା ନମିଳିବା ପ୍ରତିବାଦରେ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିଖ୍ୟାଧିକାରୀ କାର୍ଯ୍ୟାଳୟ ରେ ତାଲା ପକା ଯାଇଛି । ବ୍ଲକରେକାର୍ଯ୍ୟରତ ୩୧୫ ଜଣ କନିଷ୍ଠ ଶିକ୍ଷକ ଙ୍କ ଦରମା ଏପ୍ରିଲ ମାସ ଠାରୁ ମିଳିନଥିବାରୁ ମହଙ୍ଗା ଦୁନିଆଁ ରେ ଚଳିବା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସେମାନଙ୍କର ଦରମା ଶୀଘ୍ର ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ବାରମ୍ବାର ଅଧିକାରୀ ମାନଙ୍କୁ ଦେଖାକରି କିଛି ସୁଫଳ ନମିଳିବାରୁ ଆନ୍ଦୋଳନ କରିଛନ୍ତି ବୋଲି କହିଛନ୍ତି ସଂଘର ସମ୍ପାଦକ।Body:XConclusion:X
Last Updated : Jul 28, 2019, 11:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.