କେନ୍ଦୁଝର: ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଯୋଡା ବିଡିଓ ଅସଦାଚରଣ କରିଥିବା ନେଇ ଥାନାରେ ମାମଲା । ବିଭିନ୍ନ ପ୍ରକାରର ଅଶାଳୀନ ଇଙ୍ଗିତରେ ଏସଏଚଜି ମହିଳାଙ୍କୁ ସମ୍ବୋଧିତ କରିଛନ୍ତି କେନ୍ଦୁଝର ଯୋଡା ବ୍ଲକ ବିଡ଼ିଓ ଯୋଗେଶ୍ବର ନାଏକ । ଏହା ସହ ବିଲ ପାସ କରିବା ନେଇ ମଧ୍ୟ ଡିଲ କରିବାକୁ ଇଙ୍ଗିତ କରିଛନ୍ତି ବିଡ଼ିଓ । ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଯୋଡା ବିଡିଓ ଅସଦାଚରଣ କରିଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି ।
ମହିଳାମାନେ ଏନେଇ ବିଡିଓଙ୍କୁ ପଚାରିବାକୁ ଗଲାବେଳେ ଯୋଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ଜଣଙ୍କ ମହିଳାମାନଙ୍କ କଥା ନଶୁଣି ରୁମ ଭିତରକୁ ପଳାଇ କବାଟ ବନ୍ଦ କରି ଦେଇଥିଲେ । ବ୍ଲକ ପରିସରରେ ବିଡ଼ିଓଙ୍କ ଦୁର୍ବ୍ୟବହାର ଭାଇରଲ ହେବାରେ ଲାଗିଛି । ବିଡ଼ିଓଙ୍କ ଏପରି କାର୍ଯ୍ୟ ନେଇ ମହିଳାମାନେ ଯୋଡ଼ା ଥାନାର ଦ୍ବାରସ୍ଥ ହେଇଛନ୍ତି ।
ବ୍ଲକ ପରିସରରେ ମହିଳାଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରଲ ଘଟଣା ହେବା ପରେ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାରେ ସରକାରୀ ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ