କେନ୍ଦୁଝର: ସାରା ଦେଶରେ କୋରୋନା ମହାମାରୀର ରୂପ ନେଇ ସାରିଲାଣି । ଏହି କୋରୋନାରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଏହି କୋରୋନାରେ ଆକ୍ରାନ୍ତ ହୋଇ କେନ୍ଦୁଝର ଜିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜୟ ସାହୁଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ତାଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।
ଏହି କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଏନେଇ ସୋମବାର ଅପରାହ୍ନରୁ କମ୍ପାନୀ କେନ୍ଦୁଝର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ମୃତ ସଞ୍ଜୟଙ୍କ ପରିବାର ଲୋକେ । ଏହି ଧାରଣାରତ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ ଜିଓ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚଳାଇବେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ