କେନ୍ଦୁଝର: ଖରିଫ୍ ଧାନ ବିକ୍ରିର 4 ମାସ ପରେ ବି ଚାଷୀଙ୍କୁ ମିଳିନି ଟଙ୍କା । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ ।
କେନ୍ଦୁଝରରେ ଚାଷୀ ମାନେ ଗତ ଖରିଫ ଋତୁର ଧାନ ଚାଷ କରିଥିଲେ । ଚାଷ ମଧ୍ୟ ଭଲ ହୋଇଥିଲା । ଆସିଥିବା ଟୋକାନ ମୁତାବକ ଧାନ ସରକାରଙ୍କୁ ବିକ୍ରି କରିଥିଲେ । ହେଲେ ବିକ୍ରିର 4 ମାସ ପରେ ବି ଧାନର ମୂଲ୍ୟ ପାଇନଥିବା ଦର୍ଶାଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କିଛି ଚାଷୀ ।
ମୌସୁମୀ ବାୟୁ କେରଳ ପହଞ୍ଚିଥିବାବେଳେ ଏବେ ଧାନ ପଇସା ପାଇନଥିବାରୁ କିପରି ଚଳିତ ବର୍ଷ ଚାଷ କରିବେ ସେହି ଚିନ୍ତାରେ ଚାଷୀ । ସେପଟେ ଜିଲ୍ଲାପାଳଙ୍କ ନିକଟକୁ ଏନେଇ ଗୁହାରି ଜଣାଇବାକୁ ଆସିଥିବା ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟିନପାରି ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଛି ।
ତେବେ ଆଗାମୀ ଦିନରେ ପ୍ରାପ୍ୟ ନମିଳିଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ