ETV Bharat / state

କେନ୍ଦୁଝରରେ ତିନୋଟି ସ୍ଥାନରେ ହେଲା ଡ୍ରାଏ ରନ - କେନ୍ଦୁଝରରେ ତିନୋଟି ସ୍ଥାନରେ ହେଲା ଡ୍ରାଏ ରନ

କେନ୍ଦୁଝରରେ ତିନୋଟି ସ୍ଥାନରେ କୋଭିଡ୍ ଟିକାକରଣ ପାଇଁ ହେଲା ଡ୍ରାଏ ରନ । ଅଧିକ ପଢନ୍ତୁ...

କେନ୍ଦୁଝରରେ ତିନୋଟି ସ୍ଥାନରେ ହେଲା ଡ୍ରାଏ ରନ
କେନ୍ଦୁଝରରେ ତିନୋଟି ସ୍ଥାନରେ ହେଲା ଡ୍ରାଏ ରନ
author img

By

Published : Jan 8, 2021, 10:40 PM IST

କେନ୍ଦୁଝର: କେନ୍ଦ୍ର ସରକାର କୋଭିଡ୍ ଟିକା ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ପ୍ରଦାନ କରିବା ପରେ ଦେଶରେ ଆଶାର ସଞ୍ଚାର ହୋଇଛି । କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂର୍ବାଭ୍ୟାସ ଆରମ୍ଭ ହୋଇଛି ।

କେନ୍ଦୁଝରରେ ତିନୋଟି ସ୍ଥାନରେ ହେଲା ଡ୍ରାଏ ରନ

ଓଡ଼ିଶାର ମଧ୍ୟ ବିଭିନ୍ନ ଜିଲ୍ଲାରେ ଟୀକାକରଣ ପାଇଁ ପୂର୍ବାଭ୍ୟାସ ଶନିବାର ଠାରୁ ଆରମ୍ଭ କରାଯାଇଛି । ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଟୀକାକରଣ ପାଇଁ ପୂର୍ବାଭ୍ୟାସ କରାଯାଇଛି । କିପରି ଲୋକଙ୍କୁ ସୁରଖୁରରେ କୋଭିଡ୍ ନିୟମକୁ ମାନି ଟିକା ପ୍ରଦାନ କରାଯିବ ସେନେଇ ବ୍ୟାପକ ପୂର୍ବାଭ୍ୟାସ କରାଯାଇଛି ।

ଆଜି ଜିଲ୍ଲାର ତିନୋଟି ସ୍ଥାନରେ ଡ୍ରାଏ ରନ କରାଯାଇଛି । ଜିଲ୍ଲା ମୁଖ୍ୟାଳୟରେ ଥିବା ଅର୍ବାନ ହସ୍ପିଟାଲ, ଆନନ୍ଦପୁର ଓ ଚମ୍ପୁଆରେ ଏହି ଡ୍ରାଏ ରନ କରାଯାଇଛି । ଟୀକାକରଣ ପ୍ରକ୍ରିୟାକୁ ସୁରଖୁରୁରେ କରିବା ପାଇଁ ଏହି ଅଭ୍ୟାସ କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଟୀକାକରଣ ବେଳେ ପାର୍ଶ୍ଵପ୍ରତିକ୍ରିୟା ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଡିଏମଓ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.