ETV Bharat / state

ଲକଡାଉନରେ ଛତୁ ଚାଷ ଦେଲା ରୋଜଗାର

କୋରୋନା ମହାମାରୀରେ ଜୀବିକା ହରାଇ ବହୁ ଲୋକ ଅସୁବିଧାରେ ଦିନ କାଟୁଥିବା ବେଳେ ନିଜର ବୁଦ୍ଧି ଓ ଆତ୍ମବିଶ୍ବାସ ବଳରେ 2 ଭାଇ ହୋଇପାରିଛନ୍ତି ରୋଜଗାରକ୍ଷମ । ଯାହାକି ପ୍ରେରଣା ହୋଇଛନ୍ତି ଅନ୍ୟ ଯୁବପିଢିଙ୍କ ପାଇଁ ।

mushroom farming
ଲକଡାଉନରେ ଛତୁ ଚାଷ ଦେଲା ରୋଜଗାର
author img

By

Published : Aug 22, 2020, 7:02 AM IST

Updated : Aug 22, 2020, 7:20 AM IST

ଆନନ୍ଦପୁର: କୋରୋନା ମହାମାରୀରେ ଜୀବିକା ହରାଇ ବହୁ ଲୋକ ଅସୁବିଧାରେ ଦିନ କାଟୁଥିବା ବେଳେ ନିଜର ବୁଦ୍ଧି ଓ ଆତ୍ମବିଶ୍ବାସ ବଳରେ 2 ଭାଇ ହୋଇପାରିଛନ୍ତି ରୋଜଗାରକ୍ଷମ । ଯାହାକି ପ୍ରେରଣା ହୋଇଛନ୍ତି ଅନ୍ୟ ଯୁବପିଢିଙ୍କ ପାଇଁ । କୋରୋନା ପାଇଁ ସବୁ କଟକଣା ଥିବାବେଳେ ବମ୍ବେରୁ ଚାକିରି ଛାଡି ପଳାଇ ଆସିଥିବା ଘଷିପୁରା ବ୍ଲକ ବଡପଦନା ଗ୍ରାମର ଯୁବ ଇଞ୍ଜିନିୟର ପ୍ରଦୀପ ଘରେ ବସି ରହିବା ଅପେକ୍ଷା ସୋସିଆଲ ମିଡିଆରୁ ଛତୁ ଚାଷ ବିଷୟରେ ଜାଣି କରୁଛନ୍ତି ଛତୁ ଚାଷ ।

ଲକଡାଉନରେ ଛତୁ ଚାଷ ଦେଲା ରୋଜଗାର

କେଦୁଝର ଜିଲ୍ଲା ଘଷିପୁରା ବ୍ଲକ ବଡପଦନା ଗ୍ରାମର ପ୍ରଦୀପ ସାହୁ । ସେ ବମ୍ବେରେ ଏକ ଆଇଟି ଇଞ୍ଜିନିୟର ଭାବେ ଚାକିରି କରୁଥିବା ବେଳେ କୋରୋନା ପାଇଁ କଟକଣା ହେବାରୁ ଘରକୁ ପଳାଇ ଆସିଥିଲେ । ଘରେ ବସି ନ ରହି ନିଜ ବୃଦ୍ଧି ଓ ଆତ୍ମବିଶ୍ବାସ ବଳରେ ୟୁ଼ଟ୍ୟୁବରୁ ଛତୁ ଚାଷ ବିଷୟରେ ଜାଣି ଛତୁ ଚାଷ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । 4 ମାସ ପୂର୍ବରୁ ଆରମ୍ଭ କରିଥିବା ଚାଷକୁ ବର୍ତ୍ତମାନ 2 ଭାଇ ମିଶି କରୁଥିବା ବେଳେ କୋରୋନା ପାଇଁ ବିକ୍ରିବଟାରେ ସମସ୍ୟା ହେଉଥିବା କହିଛନ୍ତି ପ୍ରଦୀପ ।

ଦୁଇଜଣଙ୍କ ଏଭଳି ପରିଶ୍ରମକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଆଗକୁ ସରକାରୀ ସ୍ତରରେ ପ୍ରଶିକ୍ଷଣ ଓ ସହାୟତା ମିଳିଲେ ଆହୁରି ଭଲ କରିପାରିବେ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ଦୁଇ ଭାଇଙ୍କୁ ଯଦି ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିପାରନ୍ତା ତେବେ ସେମାନେ ଛତୁ ଚାଷକୁ ଆଗକୁ ନେଇ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Aug 22, 2020, 7:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.