ଆନନ୍ଦପୁର: ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଆନନ୍ଦପୁର ବ୍ଲକ କଣ୍ଟିଆପାଳ ପଞ୍ଚାୟତ ପଇତାପାଣି ଗାଁର ପୁଣି ଜଣେ ରୋଗୀ ଖଟିଆରେ ବୁହାହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି ।
ପଇତାପାଣି ଗାଁର ମାର୍କଣ୍ଡ ହୋଙ୍କ 8ବର୍ଷର ଝିଅ ନନ୍ଦିନାକୁ ଭୀଷଣ ଜ୍ବର ହେବାରୁ ସେ ଯନ୍ତଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତା ନଥିବାରୁ ଗାଁରେ ଗାଡି ପହଞ୍ଚି ପାରିଲା ନାହିଁ, ଫଳରେ ରୋଗୀକୁ ଖଟିଆରେ ପ୍ରାୟ 1କିଲୋମିଟର ବୋହିକି ଆଣିବା ପରେ 108 ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା ।
କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଘାଗରା ନାଳ ଉପର ପୋଲ ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଭୁଶୁଡି ଯାଇଥିବାରୁ ଗାଁ ଲୋକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ