କେନ୍ଦୁଝର : ଆସନ୍ତାକାଲି ଠାରୁ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ବଜାରରେ ଦେଖିବାକୁ ମିଳିଛି ଲମ୍ବା ଭିଡ ।
ସେସବୁ ଭିତରେ ଅତ୍ୟାଧିକ ଭିଡ଼ ପରିଲକ୍ଷିତ ହୋଇଥିଲା ମଦ ଦୋକାନ ଗୁଡିକରେ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଖବର ପାଇବା ପରେ କେନ୍ଦୁଝର ସହରର ଦୁଇଟି ମଦ ଦୋକାନକୁ ସିଲ କରାଯାଇଛି । କରୋନାକୁ ନେଇ ଭିଡ଼କୁ ଚେକ କରାଯିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବା ନେଇ ସୂଚନା ଦେଇଛି ସ୍ଥାନୀୟ ପ୍ରଶାସନ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ