କେନ୍ଦୁଝର: ଜିଲ୍ଲାରେ ଭିଡିଓ କନଫରେନସିଂ ମାଧ୍ୟମରେ ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି 5T ସଚିବ ବିକେ ପାଣ୍ଡିଆନ। 13 ବ୍ଲକର ଷ୍ଟକହୋଲଡରଙ୍କ ସହ ଏହାର ସଫଳତା ନେଇ ଆଲୋଚନା ମଧ୍ୟ କରିଛନ୍ତି ସଚିବ। ଜିଲ୍ଲାରେ 100ଟି ବିଦ୍ୟାଳୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
ଯେଉଁଥିରେ ସ୍ମାର୍ଟ କ୍ଳାସ ରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ଖେଳ ଓ ଅନ୍ୟାନ୍ୟା ସୁବିଧା ରହିବ । ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଏହି ପରିସର ଭୁକ୍ତ କରାଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ଵାରା ଏକ ରୋଡ଼ମ୍ୟାପ ପୁସ୍ତକ ଉନ୍ମୋଚନ କରିଥିଲେ। ଏସବୁ ଭିତରେ ନବମ ଓ ଦଶମ ଶ୍ରେଣି ପିଲାଙ୍କ ପାଇଁ E-LEARNING ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହି ଭିଡିଓ କନଫେରେସିଂରେ ଜିଲ୍ଲାପାଳଙ୍କ ସମେତ ୧୩ ବ୍ଲକର ଶିକ୍ଷ୍ୟା ବିଭାଗର ଅଧିକାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ