ETV Bharat / state

ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜୀନତ - TIGRESS ZEENAT

ବାଘୁଣୀ ଜୀନତ କଲା ପ୍ରଥମ ଶିକାର । ଗତିବିଧି ସମ୍ପୂର୍ଣ୍ଣ ସ୍ବାଭାବିକ । ଖୁବଶୀଘ୍ର କୋର ଏରିଆରେ ଛଡାଯିବ ।

ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜୀନତ
ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜୀନତ (ETV Bharat odisha)
author img

By ETV Bharat Odisha Team

Published : Nov 16, 2024, 3:37 PM IST

ରାଇରଙ୍ଗପୁର (ମୟୂରଭଞ୍ଜ): ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥ‌ିବା ଦ୍ବିତୀୟ ବାଘୁଣୀ ଜୀନତ୍ ଏକ ବାରହା ଶିକାର କରିଛି । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ସମୟରେ ସଫ୍ଟ-ଏନକ୍ଲୋଜର ମଧ୍ୟରେ ଛଡା ଯାଇଥିବା ଏକ ବାରହାକୁ ଶିକାର କରି ଭକ୍ଷଣ କରିଛି ଜୀନତ୍ । ଶିକାରକୁ ଖାଇବା ପରେ ଜୀନତ ପାଣି ପିଇ ସ୍ବାଭାବିକ ଭାବେ ବିଶ୍ରାମ କରିଥିଲା । ଏଥିସହ ଜୀନତର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ରହିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗୀନେନି କହିଛନ୍ତି ।

  • ସମ୍ପୂର୍ଣ୍ଣ ସ୍ବାଭାବିକ ଅଛି ଜୀନତର ଗତିବିଧି:-

ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲା ସ୍ଥିତ ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତାଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯ ଶହ କିଲୋମିଟର ଯାତ୍ରା କରି ପୁଣି ଆଉ ଗୋଟିଏ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଛି । ଯାହାର ନାଁ ହେଉଛି ‘ଜୀନତ୍’ ଏବଂ ବୟସ ହେଉଛି ତିନି ବର୍ଷ । ଶିମିଳିପାଳ ଅଭୟାରଣ୍ୟର ଏକ ସ୍ବତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ବାଘୁଣୀକୁ ଅଣାଯିବା ପରେ ଶୁକ୍ରବାର ସକାଳ ୯ଟା ବେଳେ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ-ଏନକ୍ଲୋଜରରେ ଛଡା ଯାଇଥିଲା । ଏନକ୍ଲୋଜର ଭିତରେ ବାଘୁଣୀ ଜୀନତ୍ ସୁସ୍ଥ ଭାବେ ଚଳ ପ୍ରଚଳ କରୁଥିବା ବେଳେ ଗତକାଲି (ଶୁକ୍ରବାର) ରାତିରେ ଏକ ବାରହା ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା । ବାଘୁଣୀଟି ବାରହାଟିକୁ ଶିକାର କରିବା ସ‌ହ ନିଜ ଆହାର ବନେଇଥିଲା । ଯାହା ଏକ ଭଲ ସଙ୍କେତ ।

ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜୀନତ (ETV Bharat odisha)
  • ଅଭ୍ୟସ୍ତ ହେବା ପରେ ଏନକ୍ଲୋଜରରୁ କୋର ଏରିଆରେ ଛଡାଯିବ

ତେବେ ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପଖୁଆଇ ବାଘୁଣୀ ରହିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଜୀନତ୍ ଶିକାର କରିଥିବା ବେଳେ ସେ ସମ୍ପୂର୍ଣ ସୁସ୍ଥ ରହିଛି । ଏନକ୍ଲୋଜର ମଧ୍ୟରେ ସ୍ବାଭାବିକ ଭାବେ ଚଳପ୍ରଚଳ କରୁଛି । ସ୍ବତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ୍‌ ବାଘୁଣୀ ଜୀନତର ଗତିବିଧି ନିରୀକ୍ଷଣ କରୁଛନ୍ତି । ପରେ ଯମୁନା ଭଳି ଜୀନତକୁ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି ।

  • ନିକଟରେ ଆସିଥିଲା ଯମୁନା:-

କିଛି ଦିନ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯମୁନା ନାମକ ୨ବର୍ଷ ୭ ମାସର ଏକ ବାଘୁଣୀ ଅଣା ଯାଇଥିଲା । ତାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟର କବାଟଘାଇରେ ପ୍ରସ୍ତୁତ ଏକ ଏନକ୍ଲୋଜରରେ ରଖା ଯାଇଥିଲା । ସେଠାରେ ସେ ମଧ୍ୟ ଏକ ବାରହା ଶିକାର କରିଥିଲା । ପରେ କିଛି ଦିନ ଶିମିଳିପାଳର ଜଳବାୟୁ ସହିତ ଖାପ ଖୁଆଇ ରହିବା ପରେ ତାକୁ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଅରଣ୍ୟରେ ଛଡ଼ା ଯାଇଥିଲା । ତେବେ ବାଘୁଣୀ ଯମୁନାର ଗତିବିଧି ଉପରେ ମଧ୍ୟ ନଜର ରଖୁଛନ୍ତି ବନବିଭାଗର ଅଧିକାରୀ ମାନେ । ସେ ଏବେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ବୁଲା ବୁଲି କରୁଥିବା ଦେଖୁବାକୁ ମିଳିଛି ।

  • ବାଘୁଣୀ ଯମୁନାକୁ ନେଇ ଜାରି ରହିଥିବା ଗୁଜବକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଖଣ୍ଡନ:-

ଗତକାଲି ବାଘୁଣୀ ଯମୁନାର ଗତିବିଧି ସଂକ୍ରାନ୍ତରେ କିଛି ଗୁଜବ ପ୍ରଚାରିତ ହୋଇଥିଲା । ବାଘୁଣୀ ଯମୁନା ଡୁକୁରା ରେଞ୍ଜ ଅଞ୍ଚଳକୁ ଆସି ଶିକାର କରିବା ସମ୍ପର୍କରେ କରାଯାଉଥିବା ଗୁଜବକୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଖଣ୍ଡନ କରିଥିଲେ । ବାଘୁଣୀ ଯମୁନାର ଗତିବିଧ‌ି ସମ୍ପୂର୍ଣ୍ଣ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ବାରା ନିୟନ୍ତ୍ରିତ ହେଉଛି । ଗତକାଲି କିଛି ସମୟ ପାଇଁ ସେ ଡୁକୁରା ରେଞ୍ଜ ଓ ଜେନାବିଲ ରେଞ୍ଜର କୋର ଏରିଆରେ ବୁଲାବୁଲି କରି ପୁଣି ଅଭୟାରଣ୍ୟ ଭିତରକୁ ଫେରିଯାଇ ଥିବା ଶିମିଳିପାଳ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଯମୁନା ପରେ ଜୀନତ୍, ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ଆଉ ଏକ ବାଘୁଣୀ

ଏହା ମଧ୍ୟ ପଢ଼ନ୍ତୁ...ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଏହା ମଧ୍ୟ ପଢ଼ନ୍ତୁ...ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.