ETV Bharat / technology

ମାତ୍ର 1000ଟଙ୍କାରେ Realme GT 7 Proର ପ୍ରି-ବୁକିଂ; ପାଣି ଭିତରେ ନେଇପାରିବେ ଫଟୋ - REALME GT 7 PRO PRE BOOK

ଖୁବଶୀଘ୍ର ରିଅଲମି GT 7 ପ୍ରୋ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଏହାକୁ ଗ୍ରାହକ ଆସନ୍ତା ନଭେମ୍ବର 18ତାରିଖ ମଧ୍ୟରେ ମାତ୍ର 1000ଟଙ୍କା ଦେଇ ପ୍ରି-ବୁକ୍‌ କରିପାରିବେ ।

Realme GT 7 Pro Pre book
Realme GT 7 Pro Pre book (Credit- Realme India)
author img

By ETV Bharat Tech Team

Published : Nov 16, 2024, 2:23 PM IST

ହାଇଦ୍ରାବାଦ: ଖୁବଶୀଘ୍ର ମାର୍କେଟକୁ ଆସୁଛି ଆଉ ଏକ ସ୍ମାର୍ଟଫୋନ । ଯାହାକୁ ବ୍ୟବହାର କରି ଆପଣ ପାଣି ଭିତରେ ବି ଫଟୋଗ୍ରାଫି କରିପାରିବେ । ଏହାର ପ୍ରି-ବୁକିଂ ଆସନ୍ତା ନଭେମ୍ବର 18 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ମାତ୍ର 1000ଟଙ୍କା ଦେଇ ଆଗୁଆ ଅର୍ଡର କରିହେବ । ତେବେ ଏହି ସ୍ମାର୍ଟଫୋନ ହେଉଛି ରିଅଲମିର ଲାଟେଷ୍ଟ ସ୍ମାର୍ଟଫୋନ ରିଅଲମି ଜିଟି 7 ପ୍ରୋ (Realme GT 7 Pro) । ଯାହାକି ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ।

ରିଅଲମି ଜିଟି 7 ପ୍ରୋ ପ୍ରି-ବୁକିଂ:-

​​ରିଅଲମି ଏହାର ନୂତନ ସ୍ମାର୍ଟଫୋନ ରିଅଲମି GT7 ପ୍ରୋର ପ୍ରି-ବୁକିଂ ନଭେମ୍ବର 18ରୁ ଆରମ୍ଭ କରିବ। ଏହାପରେ ଗ୍ରାହକ ରିଅଲମିର ଅଫିସିଆଲ ୱେବସାଇଟ ବା ଅଫଲାଇନ ଷ୍ଟୋର ଏବଂ ଆମାଜନରୁ କିଣିପାରିବେ । ରିଅଲମି ଜିଟି 7 ପ୍ରୋର ବିକ୍ରି ଆସନ୍ତା ନଭେମ୍ବର 26 ଅପରାହ୍ନ 1ଟାରୁ realme.comରେ ବିକ୍ରି ଲାଗି ଉପଲବ୍ଧ ହେବ ।

ଏହା ବି ପଢନ୍ତୁ
  1. Realme ନଭେମ୍ବରରେ ଆଣୁଛି ଦମଦାର ଫୋନ୍‌; ମିଳିବ ମଙ୍ଗଳ ଗ୍ରହ ପରି ଡିଜାଇନ
  2. ଲଞ୍ଚ ହେଲା Realme Pad 2 Lite ଟ୍ୟାବଲେଟ୍‌; ଥରେ ଚାର୍ଜ କଲେ 3ଦିନ ନନଷ୍ଟପ୍‌ ଚାଲିବ

Realme GT 7 Proର ଫିଚର:-

Realme ଏହି ଫୋଚର କିଛି ମୁଖ୍ୟ ଫିଚରଗୁଡିକ ପ୍ରକାଶ କରିଛି । ରିଅଲମି GT7 Proର କ୍ୟାମେରା ସେଟଅପ୍ ବହୁତ ସ୍ବତନ୍ତ୍ର । ଏଥିରେ 50MP ସୋନି IMX882 ଟେଲିଫଟୋ ଲେନ୍ସ ରହିବ ଯାହାକି 3x ଅପ୍ଟିକାଲ୍ ଜୁମ୍ ଏବଂ 120x ଡିଜିଟାଲ୍ ଜୁମ୍‌କୁ ସମର୍ଥନ କରିବ । ଏଥିରେ 50MP ସୋନି IMX906 ପ୍ରାଥମିକ କ୍ୟାମେରା ଏବଂ 8MP ୱାଇଡ୍ ଆଙ୍ଗଲ୍ ଲେନ୍ସ ମଧ୍ୟ ରହିବ ।

ଅଣ୍ଡର ୱାଟର ଫଟୋଗ୍ରାଫି ମୋଡ୍:-

ଏହି ଫୋନର ସବୁଠୁ ଖାସ କଥା ହେଉଛି ଏଥିରେ ଏକ ଅଣ୍ଡର ୱାଟର ଫଟୋଗ୍ରାଫି ମୋଡ୍ ମଧ୍ୟ ଅଛି, ଯାହା ୟୁଜରଙ୍କୁ ପାଣିରେ ଫଟୋ ଉଠାଇବାକୁ ଅନୁମତି ଦେଇଥାଏ । ଫୋନକୁ 2 ମିଟର ଗଭୀର ପାଣିରେ 30 ମିନିଟ୍ ପର୍ଯ୍ୟନ୍ତ ରଖାଯାଇପାରିବ ।

କଣ ରହିବ ଫିଚର ?

ଏହି ଫୋନଟି ଭାରତରେ ପ୍ରଥମ ସ୍ମାର୍ଟଫୋନ ଭାବେ ସ୍ନାପଡ୍ରାଗନ 8 ଇଲାଇଟ୍‌ ଚିପସେଟ୍‌ ସହିତ ଆସୁଛି । ଏହି ଫୋନରେ ମିଳିବାକୁ ଥିବା ମାର୍ସ ଡିଜାଇନ ଏହାକୁ ପ୍ରିମିୟମ ଲୁକ୍‌ ଦେଉଛି । ଏହା IP69 ରେଟିଂ ସହିତ ଆସୁଥିବାରୁ ପାଣି ଓ ଧୂଳିଠାରୁ ରକ୍ଷା ଦେବ । ରିଅଲମି ଫୋନରେ 6.78-ଇଞ୍ଚ LTPO ଇକୋ OLED ଡିସପ୍ଲେ, 120Hz ରିଫ୍ରେସ ରେଟ୍‌ ଏବଂ 6000 ନିଟ୍ ପର୍ଯ୍ୟନ୍ତ ପିକ୍‌ ବ୍ରାଇଟନେସ ସୁବିଧା ମିଳିବ । ଏହାସହ ଫୋନରେ ୟୁଜରଙ୍କୁ 6500mAh ବ୍ୟାଟେରୀ ଏବଂ 120W ଫାଷ୍ଟ ଚାର୍ଜିଂ ସମର୍ଥନ ମଧ୍ୟ ମିଳିବ ।

ଲଞ୍ଚ ତାରିଖ ଓ ଦାମ:-

ରିଅଲମି ଜିଟି 7 ପ୍ରୋ ନଭେମ୍ବର 26 ତାରିଖ ମଧ୍ୟାହ୍ନରେ ଲଞ୍ଚ ହେବାକୁ ଯାଉଛି । ଏହି ଫୋନର ଦାମ ସମ୍ପର୍କରେ ସ୍ପଷ୍ଟତା ମିଳିନାହିଁ । କାରଣ ଲଞ୍ଚ ସମୟରେ ହିଁ କମ୍ପାନୀ ଏହାର ଦାମର ଖୁଲାସା କରିବ । ରିଅଲମି ଅନୁସାରେ ଏହି ଫୋନଟି ପ୍ରିମିୟମ ଫ୍ଲାଗସିପ ସ୍ମାର୍ଟଫୋନ ହେବାକୁ ଯାଉଛି ।

ପ୍ରି-ବୁକିଂ ଅଫର:-

ଅହି ଫୋନକୁ ପ୍ରି-ବୁକିଂ କରିବା ସମୟରେ 3ହଜାର ଟଙ୍କାର ବ୍ୟାଙ୍କ ରିହାତି ମିଳିବ । ଏହାସହ 12ମାସର ମାଗଣା EMI, 1ବର୍ଷ ସ୍କ୍ରିନ ଲସ୍‌ ଇନ୍‌ସୁରାନ୍ସ, 1ବର୍ଷ ବର୍ଦ୍ଧିତ ୱାରେଣ୍ଟି ମିଳିବ । ଯଦି ଆପଣ ଏହାକୁ ଅଫଲାଇନରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ 2ହଜାର ଟଙ୍କା ଦେଇ ଏହାକୁ ଅଫଲାଇନରେ ପ୍ରି-ବୁକ୍‌ କରିପାରିବେ । ଅଫଲାଇନ ପ୍ରି-ବୁକିଂ ସମୟରେ 3ହଜାର ଟଙ୍କା ବ୍ୟାଙ୍କ ଡିସକାଉଣ୍ଟ, 12ମାସିଆ ମାଗଣା EMI, 1ବର୍ଷ ବର୍ଦ୍ଧିତ ୱାରେଣ୍ଟି ଓ 24 ମାସ ମାସିକ କିସ୍ତି ବିକଳ୍ପ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.