ETV Bharat / state

ସ୍କୁଲରେ ସାପ୍ତାହିକ ହାଟ, ପିଲା ବିକିଲେ ପରିବା

କେନ୍ଦୁଝର ଆନନ୍ଦପୁରର ଏକ ବେସରକାରୀ ସ୍କୁଲର ନିଆରା ପ୍ରୟାସ । ହାଟର ଅନୁଭୂତି ସହ ଅଭିଜ୍ଞତା ସାଉଁଟିବାକୁ ସ୍କୁଲ ପରିସରରେ କରିଛନ୍ତି ହାଟ । ଯେଉଁଠି ସ୍କୁଲ ପିଲାମାନେ ନିଜେ ହିଁ ପନିପରିବାଠୁ ଆରମ୍ଭ କରି ହାଟରେ ପଡୁଥିବା ଜଳଖିଆ, ବନଜାତ ଦ୍ରବ୍ୟ ଆଦି ବିକ୍ରି କରିଛନ୍ତି ।

hata in school campus
ଆନନ୍ଦପୁରରେ ନିଆରା ପ୍ରୟାସ, ସ୍କୁଲରେ ହାଟ ବସାଇଲେ ପିଲା
author img

By

Published : Dec 5, 2019, 4:58 PM IST

ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁରର ଏକ ବେସରକାରୀ ସ୍କୁଲର ନିଆରା ପ୍ରୟାସ । ହାଟର ଅନୁଭୂତି ସହ ଅଭିଜ୍ଞତା ସାଉଁଟିବାକୁ ସ୍କୁଲ ପରିସରରେ କରିଛନ୍ତି ହାଟ । ଯେଉଁଠି ସ୍କୁଲ ପିଲାମାନେ ନିଜେ ହିଁ ପନିପରିବା ଠୁ ଆରମ୍ଭ କରି ହାଟରେ ପଡୁଥିବା ଜଳଖିଆ, ବନଜାତ ଦ୍ରବ୍ୟ ଆଦି ବିକ୍ରି କରିଛନ୍ତି । ତେବେ ଏହା ସମ୍ପୃକ୍ତ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ହାଟବଜାର ବିଷୟରେ ପ୍ରତ୍ୟେକ୍ଷ ଜ୍ଞାନ ସୃଷ୍ଟି କରିବା ପାଇଁ କରାଯାଇଥିବା ଜଣାପଡିଛି ।

ଆନନ୍ଦପୁରରେ ନିଆରା ପ୍ରୟାସ, ସ୍କୁଲରେ ହାଟ ବସାଇଲେ ପିଲା

ଡିଜିଟାଲ ଯୁଗରେ ଲୋକମାନେ ଘରେ ବସି ଅନଲାଇନ ମାଧ୍ୟମରେ ଲୁଣଠୁ ଆରମ୍ଭ କରି ଲବଙ୍ଗ ପର୍ଯ୍ୟନ୍ତ ଘରର ଯାବତୀୟ ଜିନିଷ ପତ୍ର ହାତପାହାନ୍ତାରେ ପାଇପାରୁଛନ୍ତି | ଏଭଳି ସ୍ଥିତିରେ ପିଲାମାନଙ୍କର ମାପ ଓ ଓଜନ ସମ୍ବନ୍ଧୀୟ ଜ୍ଞାନ ତଥା ଖୁଚୁରା ହିସାବ ସମ୍ବନ୍ଧୀୟ ଜ୍ଞାନ ହ୍ରାସ ପାଉଛି । ଯାହାକୁ ଲକ୍ଷ୍ୟ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଜ୍ଞାନର ବିକାଶ କରିବା ଲାଗି ଏହି ପ୍ରୟାସ କରାଯାଇଛି ।

ସ୍କୁଲ ପରିସରରେ ଠାକୁ ଠା ବିଭିନ୍ନ କିସମର ପନିପରିବା, ସଉଦାପତ୍ର, ଖାଦ୍ୟ ସାମଗ୍ରୀ, ବସ୍ତ୍ର ଭଣ୍ଡାର ଓ ଜଙ୍ଗଲ ଜାତ ତଥା ଔଷଧୀୟ ସାମଗ୍ରୀର ପ୍ରଦର୍ଶନୀ କରାଯାଇଥିଲା ଯାହାକି ଗ୍ରାମାଞ୍ଚଳରେ ବସୁଥିବା ଏକ ସାପ୍ତାହିକ ହାଟର ଭ୍ରମ ସୃଷ୍ଟି କରିଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:0512_AND_ସ୍କୁଲରେ ହାଟ_pkg_anandpur
For_district_member

ଆଙ୍କର -ଧିରେ ଧିରେ ହାଟ ବଜାର ର ଚାହିଦା କମୁଥିବା ବେଳେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ହାଟ ର ଅନୁଭୂତି ଓ ଅଭିଜ୍ଞତା ସୃଷ୍ଟି ପାଇଁ cbse ଦ୍ୱାରା ଦେଖିବାକୁ ମିଳିଛି ଏକ ନୂତନ ଧରଣ ର କାର୍ଯ୍ୟକ୍ରମ ନାଁ ତାର ହାଟ ବଜାର |ସେହି କ୍ରମରେ ସ୍କୁଲର ଛାତ୍ର ଛାତ୍ରୀ ଙ୍କୁ ନେଇ ବନଜାତ ଦ୍ରବ୍ୟ, ପରିବା, ସଉଦା, ଜଳଖିଆ ଆଦି ହାଟ ରେ ବିକ୍ରି ହେବା ଭଳି ସ୍କୁଲ ପରିସରରେ ବିକ୍ରି ହେଉଥିଲା | ଆସନ୍ତୁ ଦେଖିବା ଏପରି ଏକ ନିଆରା ରିପୋର୍ଟ

Vo 1-କେନ୍ଦୁଝର ଜିଲ୍ଲା ଆନଦପୁର ପ୍ରାଣବଲଭ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ମାନକଂ ମଧ୍ୟରେ ହାଟବଜାର ବିଷୟରେ ପ୍ରତେକ୍ଷ ଜ୍ଞାନ ସୃଷ୍ଟି କରି ପ୍ରେରଣା ଯୋଗାଇବାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି | ଡିଜିଟାଲ ଯୁଗରେ ଲୋକମାନେ ଘରେ ବସି ଅନଲାଇନ ମାଧ୍ୟମରେ ଲୁଣ ଠାରୁ ଆରମ୍ଭ କରି ଲବଙ୍ଗ ପର୍ଯ୍ୟନ୍ତ ଘରର ଯାବତୀୟ ଜିନିଷ ପତ୍ର ହାତପାହାନ୍ତରେ ପାଇପାରୁଛନ୍ତି |ସାପ୍ତାହିକ ହାଟ ବା ଦୈନିକ ହାଟ ର ଚାହିଦା କମିଯାଉଛି ଫଳରେ ପିଲାମାନେ ପ୍ରତେକ୍ଷ ଜ୍ଞାନ ଆହରଣ ରୁ ବଞ୍ଚିତ ହେଉଛନ୍ତି ଏପରି ସ୍ଥଳେ ପିଲାମାନେ ମାପ ଓ ଓଜନ ସମ୍ବନ୍ଧୀୟ ଜ୍ଞାନ ସଠିକ ଭାବେ ପାଇପାରୁ ନଥିବା ବେଳେ ଖୁଚୁରା ହିସାବ ସମ୍ବନ୍ଧୀୟ ଜ୍ଞାନ ମଧ୍ୟ ହ୍ରାସ ପାଉଛି | ବଜାର ଭିତିକ ଜ୍ଞାନ ଦେଣ ନେଣ କାରବାର ସାମଗ୍ରୀ ର ଗୁଣାତ୍ମକ ମାନ ଓ ପରିମାଣ ହ୍ରାସ ପାଉଛି |

ବାଇଟି-୧- ଛାତ୍ର (ପ୍ରାଣବଲଭ ପବ୍ଲିକ ସ୍କୁଲ )
ବାଇଟି-୨-ଛାତ୍ର(ପ୍ରାଣବଲଭ ପବ୍ଲିକ ସ୍କୁଲ )

Vo 2- ବିଦ୍ୟାଳୟ କର୍ତୃପକ୍ଷ ପିଲାମାନଙ୍କ ମଧ୍ୟରେ ଗୁଣାତ୍ମକ ଓ ପ୍ରତେକ୍ଷ ଜ୍ଞାନ ସୃଷ୍ଟି ନିମନ୍ତେ ନିଜ ବିଦ୍ୟାଳୟ ପରିସରରେ ଏକ ହାଟ ବଜାର ର ପରିକଳ୍ପନା କରିଥିଲେ |ଠା କୁ ଠା ବିଭିନ୍ନ କିସମର ପନିପରିବା ସଉଦାପତ୍ର ଖାଦ୍ୟ ସାମଗ୍ରୀ ବସ୍ତ୍ର ଭଣ୍ଡାର ଓ ଜଙ୍ଗଲ ଜାତ ତଥା ଔଷଧୀୟ ସାମଗ୍ରୀ ର ପ୍ରଦର୍ଶନୀ କରାଇଥିଲେଯାହାକି ଗ୍ରାମାଞ୍ଚଳରେ ବାସୁଥିବା ପ୍ରକୃତଗତ ଭାବେ ଏକ ସାପ୍ତାହିକ ହାଟର ଭ୍ରମ ସୃଷ୍ଟି କରିଥିଲା | ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଓ ଆଗନ୍ତୁକ ମାନେ ଏହାର ଭରପୁର ମଜା ନେଇଥିଲେ |

ବାଇଟି -୩-ଶିକ୍ଷୟତ୍ରୀ (ପ୍ରାଣବଲଭ ପବ୍ଲିକ ସ୍କୁଲ )

FVO– ପୁସ୍ତକଗତ ଜ୍ଞାନ ଠାରୁ ବ୍ୟବହାରିକ ଜ୍ଞାନ ଓ ବ୍ୟବହାରିକ ଜ୍ଞାନଠାରୁ ପ୍ରତେକ୍ଷ ଜ୍ଞାନ ଆହରଣ କରିବା ଶିଖିବା କାର୍ଯ୍ୟରେ ଲଗେଇବାଭଳି କାର୍ଯ୍ୟସଂପଦନ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ଖୁବ ପ୍ରେରଣାଦାୟକ ଓ ସ୍ୱାଗତଯୋଗ୍ୟ |(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.