ETV Bharat / state

ସ୍ବାଧୀନ ଦେଶର ପରାଧିନ ଗାଁ ‘ଘୁଟୁରୁ ମୁଣ୍ଡା ସାହି’

ଗାଁର ବିକାଶ ନେଇ ସରକାର ଦେଖାଇଛନ୍ତି ଅନେକ ସ୍ବପ୍ନ । ହେଲେ ସେହି ସ୍ବପ୍ନ ଏହି ଅଞ୍ଚଳବାସୀଙ୍କ ପାଇଁ ଏବେବି ସ୍ବପ୍ନ । ଏହି ଗାଁକୁ ଯିବା ପାଇଁ ନା ଅଛି ଭଲ ରାସ୍ତା ନା ଅଛି ଗାଁରେ ପିଇବା ପାଣି । ଏ ହେଉଛି ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ମୁଣ୍ଡା ସାହିର ।

author img

By

Published : Aug 26, 2019, 8:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଗାଁର ବିକାଶ ନେଇ ସରକାର ଦେଖାଇଛନ୍ତି ଅନେକ ସ୍ବପ୍ନ । ହେଲେ ସେହି ସ୍ବପ୍ନ ଏହି ଅଞ୍ଚଳବାସୀଙ୍କ ପାଇଁ ଏବେ ବି ସ୍ବପ୍ନ । ଏହି ଗାଁକୁ ଯିବା ପାଇଁ ନା ଅଛି ଭଲ ରାସ୍ତା ନା ଅଛି ଗାଁରେ ପିଇବା ପାଣି । ଏ ହେଉଛି ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ମୁଣ୍ଡା ସାହିର । ଏହି ଗ୍ରାମଟି କେନ୍ଦୁଝର ଜିଲ୍ଲାଠାରୁ ମାତ୍ର 5 କିଲୋମିଟର ଦୂର । ହେଲେ ସ୍ବାଧୀନତାର 73 ବର୍ଷ ପରେ ବି ପରାଧିନ ହୋଇ ରହିଛି ଏହି ଗାଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗାଁକୁ ଯିବାକୁ ହେଲେ ଅତିକ୍ରମ କରିବାକୁ କାଦୁଅ ପଚ ପଚ ରାସ୍ତା । ପିଇବା ପାଇଁ ପାଣି ଅପ୍ରାପ୍ୟ । ତେଣେ ଅଙ୍ଗନବାଡି ଘର ବି ଭଡା ଘରେ ଚାଲିଛି । ଯାହା ପାଖରେ ରହିଛି ଏକ ପୋଖରୀ । ପିଲାମାନେ ସେହି କାଦୁଅ ରାସ୍ତାରେ ଗଲେ କାଳେ ଗୋଡ ଖସି ପୋଖରୀରେ ପଡିବେ ବୋଲି ଭୟଭୀତ ବାପା ମା’ ।

ଏନେଇ ଗ୍ରାମବାସୀମାନେ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ମିଳି ନାହିଁ କୌଣସି ସୁଫଳ । ତେବେ ଗାଁର ରାସ୍ତା ସମସ୍ୟାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ଯଥାଶୀଘ୍ର ବିଡିଓଙ୍କୁ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-କେନ୍ଦୁଝର ସହରର ଅନତି ଦୂରରେ ଅପହଞ୍ଚ ହେଇରହିଛି ଘୁଟୁରୁ ମୁଣ୍ଡା ସାହିBody:
ଆଙ୍କର- ସରକାର ଗାଁ ର ବିକାଶ ପାଇଁ କରୁଛନ୍ତି ଅନେକ ଯୋଜନା । ଏହି ଯୋଜନା ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଏହାର ଲକ୍ଷ ହେଉଛି ସମସ୍ତ ଗ୍ରାମବାସୀ ସମସ୍ତ ମୌଳିକ ଅଧିକାର ଦେବା । କିନ୍ତୁ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ସାଧାରଣ ମୌଳିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ମୁଣ୍ଡା ସାହିର ଅଧିବାସୀ । ଏହି ଗ୍ରାମଟି କେନ୍ଦୁଝର ସହରଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର । କିନ୍ତୁ ଏହି ଗ୍ରାମଟିର ମୁଖ୍ୟ ସମସ୍ୟା ହେଉଛି ସହର କୁ ଯିବା ପାଇଁ ସବୁଦିନିଆ ରାସ୍ତା ଟେ ନାହିଁ । ଗ୍ରାମ୍ୟ ରାସ୍ତା ମଧ୍ୟ କାଦୁଅ ସଡ଼ ସଡ଼ । ଏହି କାଦୁଅ ରାସ୍ତା ପାଇଁ ପିଲା ଅଙ୍ଗନବାଡି କି ବିଦ୍ୟାଳୟ ଯିବାକୁ ଡରୁଛନ୍ତି । ରାସ୍ତା ସାଙ୍ଗକୁ ପିଇବା ପାଣି ମଧ୍ୟ ଗ୍ରାମର ମୁଖ୍ୟ ସମସ୍ୟା । ଏନେଇ ଗ୍ରାମବାସୀ ଲୋକ ପ୍ରତିନିଧି ରୁ ପ୍ରଶାସନ ପର୍ଯ୍ୟନ୍ତ ଜଣେଇ କିଛି ଲାଭ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଗ୍ରାମର ରାସ୍ତା ସମସ୍ୟା ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରୁ ଯଥାଶୀଘ୍ର ବିଡ଼ିଓ ଙ୍କୁ ରାସ୍ତା ନିର୍ମାଣ ପାଇଁ ନିର୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

ବାଇଟ-୧-ହରି ମୁଣ୍ଡା ( ଗ୍ରାମବାସୀ)
ବାଇଟ-୨-ତୁଳସୀ ମୁଣ୍ଡା( ଗ୍ରାମବାସୀ)
ବାଇଟ-୩-ବିଜୟ କୁମାର ମୁଣ୍ଡାଭ( ଗ୍ରାମବାସୀ)
ବାଇଟ-୪-ଡ଼ ଉଦ୍ଧବ ଚରଣ ମାଝୀ( ପ୍ରକଳ୍ପ ନିର୍ଦେଶକ, ଡିଆରଡିଏ)
ପିଟିସିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.