ETV Bharat / state

ରାଜ୍ୟରେ ପ୍ରଥମ ସ୍ମାର୍ଟ ଟେଷ୍ଟ; ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ - କେନ୍ଦୁଝର ସ୍ମାର୍ଟ କୋଭିଡ ଟେଷ୍ଟ

କେନ୍ଦୁଝରବାସୀ ଆଉ କୋଭିଡ ରିପୋର୍ଟ ପାଇଁ ଏଣେ ତେଣେ ଧାଇଁବେ ନାହିଁ । ମୋବାଇଲରେ ନିଜର ଆରଟିପିସିଆର ଟେଷ୍ଟ ରିପୋର୍ଟ ପାଇପାରିବେ । ଅଧିକ ପଢନ୍ତୁ...

ରାଜ୍ୟରେ ପ୍ରଥମ ସ୍ମାର୍ଟ ଟେଷ୍ଟ; ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ

author img

By

Published : May 14, 2021, 10:58 PM IST

ଭୁବନେଶ୍ବର: କୋଭିଡ ସଂକ୍ରମଣ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ପ୍ରଶାସନ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି । ତେବେ ଏ ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଭରସାଯୋଗ୍ୟ ପଦକ୍ଷେପ ହାତକୁ ନେଇଛନ୍ତି । ଜିଲ୍ଲାବାସୀ ଆଉ କୋଭିଡ ରିପୋର୍ଟ ପାଇଁ ଏଣେ ତେଣେ ଧାଇଁବେ ନାହିଁ । ମୋବାଇଲରେ ନିଜର ଆରଟିପିସିଆର ଟେଷ୍ଟ ରିପୋର୍ଟ ପାଇପାରିବେ ।

ରାଜ୍ୟରେ ପ୍ରଥମ ସ୍ମାର୍ଟ ଟେଷ୍ଟ; ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ
ରାଜ୍ୟରେ ପ୍ରଥମ ସ୍ମାର୍ଟ ଟେଷ୍ଟ; ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ

କେନ୍ଦୁଝର ଜିଲ୍ଲାରେ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହି ଅନୁସାରେ ଟେଷ୍ଟ ମଧ୍ୟ ବୃଦ୍ଧି ହୋଇଛି । ହେଲେ ରିପୋର୍ଟ ନେବାକୁ ଲାଇନରେ ଛିଡା ହେବାକୁ ପଡୁଛି । ସଂକ୍ରମିତ ଲୋକ ଲୋକ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିଚାଲୁଛନ୍ତି । ସଂକ୍ରମଣ ରୋକିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ଅଭିନବ ପଦେକ୍ଷପ ନେଉଛନ୍ତି । ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରଥମ କରି ଏକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି । ଏହାରି ମାଧ୍ୟମରେ ଘରେ ବସି ଲୋକେ କରୋନାର ଆରଟିପିସିଆର ରିପୋର୍ଟ ପାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ୍ ପାଇଁ ଆରଟିପିସିଆର ଟେଷ୍ଟ ଦେଇଥିବା ବ୍ୟକ୍ତି dmfkeonjhar.in/covidresult.aspx ରେ ମୋବାଇଲ ନମ୍ବର ଏସିଆରଏଫ ଆଇଡିକୁ ଦେଇ କ୍ଲିକ୍ କଲେ ସେମାନଙ୍କର ରିପୋର୍ଟ ଜାଣିପାରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ୱେବସାଇଟି ଆଜିଠୁ ଆରମ୍ଭ ହୋଇଥିବାବେଳେ ମେ ୧୧ ପର୍ଯ୍ୟନ୍ତ ଯେଉଁମାନେ ଆରଟିପିସିଆର ଟେଷ୍ଟ ପାଇଁ ଦେଇଛନ୍ତି ସେମାନେ ଏହି ୱେବସାଇଟ୍ ମାଧ୍ୟମରେ ଘରେ ବସି ରିପୋର୍ଟ ପାଇପାରିବେ । ଏଭଳି ବ୍ୟବସ୍ଥା ରାଜ୍ୟରେ ପ୍ରଥମ ହୋଇଥିବାବେଳେ ଜନସଧାରଣ ଏହାର ସୁଫଳ ପାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.