କେନ୍ଦୁଝର: ରାଜ୍ୟ ସରକାର ଓଡ଼ିଶାର ଲୋକ କଳା ଏବଂ କଳାକାରଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । କେନ୍ଦୁଝର ଜିଲ୍ଲାର ଗଦାଧରପୁରକୁ ଲୋକକଳା ଗ୍ରାମ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ମା ତାରିଣୀଙ୍କ ପୀଠ ଠାରୁ ଅଳ୍ପ ଦୂରରେ ଥିବା ଗଦାଧର ପୁର ଗ୍ରାମକୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଳାଗ୍ରାମ ହିସାବରେ ଘୋଷଣା କରିଛନ୍ତି। ଆୟୋଜିତ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗଦେଇ ରାଜ୍ୟ ସରକାର ସରକାରୀ ସ୍ତରରେ ଗ୍ରାମାଞ୍ଚଳରେ ଲୁକାୟିତ ଲୋକକଳା ଓ କଳାକାରଙ୍କ ପାଇଁ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି ।
ଗଦାଧରପୁର ଗ୍ରାମକୁ ଲୋକକଳା ଗ୍ରାମ ହିସାବରେ ଘୋଷଣା କରାଯାଇଥିବାବେଳେ ଟେରାକୋଟା ଶିଳ୍ପ ,ଦାସ କାଠିଆ ,ଝୁମର୍ ,ଚାଙ୍ଗୁ ଆଦି ଆଦିବାସୀ ସଂସ୍କୃତି କୁ ସମୃଦ୍ଧି କରିବା ପାଇଁ ଏହି କେନ୍ଦ୍ର କାମ କରିବ। କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ତାରିଣୀ ମନ୍ଦିର ନିକଟ ବର୍ତି ଏହି ଗ୍ରାମ ହୋଇଥିବାରୁ ବହୁ ପର୍ଯ୍ୟଟକ ମଧ୍ୟ ଆସୁଥିବାରୁ ଏଠାକାର କଳାକୃତି ଆହୁରି ରୁଦ୍ଧିମନ୍ତ ହେବବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ