ETV Bharat / state

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଜଣଙ୍କୁ ଚାପିଦେଲା ଟ୍ରକ

କେନ୍ଦୁଝରରେ ବଡ଼ପଶି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଜଣଙ୍କୁ ଚାପିଦେଲା ଟ୍ରକ
କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଜଣଙ୍କୁ ଚାପିଦେଲା ଟ୍ରକ
author img

By

Published : Nov 3, 2022, 11:07 PM IST

କେନ୍ଦୁଝର : କେନ୍ଦୁଝର ବଡ଼ପଶି ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କାର ଚାଳକ ଗୁରୁତର ଆହାତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସୂଚନାନୁସାରେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆରୁ ଗୋଟିଏ କାରରେ ଘଟଗାଁ ପୂର୍ବତନ ବ୍ଳକ ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ନାଏକଙ୍କ ସହ ପିପିଳିଆର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ନରୋତ୍ତମ ସିଂହ (୬୩), ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଷୀକେଶ ସିଂହ (୬୧) ଏବଂ ଚିତ୍ତରଞ୍ଜନ ନାୟକ (୪୮) କେନ୍ଦୁଝର କାଳୀପୂଜା ଦେଖିବାକୁ ଆସୁଥିଲେ ।

ସେହି ସମୟରେ ୨୦ ନମ୍ବର ଜାତୀୟ ରାଜପଥର ବଡ଼ପଶି ଗାଁ ନିକଟରେ ଏକ ଟ୍ରକ ଦୃତ ଗତିରେ ଆସି କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୁଖ୍ୟ ରାସ୍ତାରୁ କାର ତଳକୁ ଖସି ଓଲଟି ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଦୁର୍ଘଟଣାରେ କାର୍ ଭିତରେ ଥିବା ନରୋତ୍ତମ ସିଂହ, ହୃଷୀକେଶ ସିଂହ ଓ ଚିତ୍ତରଞ୍ଜନ ନାୟକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ପ୍ରକାଶ ଓ କାର୍ ଚଳାଉଥିବା ତପନ କୁମାର ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା । ତେବେ କାର ଚାଳକ ତପନ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଗୁରୁତର କାର ଡ୍ରାଇଭରଙ୍କର କହିବା କଥା ସେମାନେ ଘଟଗାଁ ବ୍ଲକ ପିପିଳିଆ ଗାଁରୁ କେନ୍ଦୁଝରରେ ଚାଲିଥିବା ମେଳା ଦେଖିବାକୁ ଆସୁଥିଲେ । ସେହି ସମୟରେ ଏକ ଟ୍ରକ ହଠାତ ଦୃତ ଗତିରେ ଆଗକୁ ମାଡ଼ି ଆସି ଧକ୍କା ଦେଇଥିଲା ।

ଅନ୍ୟପକ୍ଷରେ ଏସମ୍ପର୍କରେ ଖବରପାଇ ଅଗ୍ନିଶମବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ପରେ ମୃତଦେହର ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ଏହି ଘଟଣାକୁ ନେଇ ବଡ଼ପଶି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.