ETV Bharat / state

ଗାଁରେ ଉତ୍ପାତ କରୁଥିବା ମାଙ୍କଡକୁ ଉଦ୍ଧାର କଲା ବନବିଭାଗ - କେନ୍ଦୁଝରରୁ ଉତ୍ପାତ ମାଙ୍କଡ ଉଦ୍ଧାର

କେନ୍ଦୁଝର ଜିଲ୍ଲା ବେଲସୁନ୍ଦରି ଗ୍ରାମରେ କିଛି ଦିନ ଧରି ଉତ୍ପାତ କରୁଥିବା ମାଙ୍କଡକୁ ବନବିଭାଗ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

Forest department rescued monkey from belsundari village of Keonjhar district
ଗ୍ରାମରେ ଉତ୍ପାତ କରୁଥିବା ମାଙ୍କଡକୁ ଉଦ୍ଧାର କଲା ବନବିଭାଗ
author img

By

Published : Nov 28, 2020, 7:51 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ବେଲସୁନ୍ଦରି ଗ୍ରାମରେ ଦୀର୍ଘ ଦିନ ଧରି ଏକ ମାଙ୍କଡ ଉତ୍ପାତ କରୁଥିବା ସହିତ ଲୋକଙ୍କୁ ଆକ୍ରମଣ କରୁଥିଲା । ତେବେ ଏହି ମାଙ୍କଡକୁ ଶନିବାର ବନବିଭାଗ ଉଦ୍ଧାର କରିଛି ।

ଗ୍ରାମରେ ଉତ୍ପାତ କରୁଥିବା ମାଙ୍କଡକୁ ଉଦ୍ଧାର କଲା ବନବିଭାଗ

ମିଳିଥିବା ସୂଚନା ମୁତାବକ, ଦୀର୍ଘଦିନ ଧରି ଗ୍ରାମରେ ମାଙ୍କଡଟି ରହି ବୁଲାବୁଲି କରିବା ସହିତ ଲୋକଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରୁଥିଲା । ଗତ ସପ୍ତାହରେ ମାଙ୍କଡଟି ଅଧିକ ଉତ୍ପାତ ହେବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ସ୍ଥାନୀୟ ରାମଚନ୍ଦ୍ରପୁର ସେକ୍ସନ ଫରେଷ୍ଟର ମଳୟ କୁମାର ସାହୁଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ ।

ତେବେ ଖବର ପାଇବା ପରେ ଫରେଷ୍ଟର ଅବିନାଶ ପରିଡା, ସ୍କ୍ବାର୍ଡ ଅଜୟ ଜେନା, ସୁରେଶ ମଲ୍ଲିକ ଶନିବାର ବେଲସୁନ୍ଦରି ଗ୍ରାମରେ ପହଞ୍ଚି ଲୋକଙ୍କ ସହଯୋଗରେ ମାଙ୍କଡଟିକୁ ଉଦ୍ଧାର କରିଛନ୍ତି । ଏହି ମାଙ୍କଡଟିକୁ ସ୍ଥାନୀୟ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଭିତରେ ଛାଡି ଦେଇଥିବା ଜଣାପଡିଛି । ମାଙ୍କଡକୁ କାବୁ କରିବା ସମୟରେ ଆକ୍ରମଣରେ ବେଲସୁନ୍ଦରି ଗ୍ରାମର ଭାଗିରଥି ସାହୁ ଆହତ ହୋଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.