ETV Bharat / state

ଜବତ ଗାଡ଼ିକୁ ଫିଟନେସ ସାର୍ଟିଫିକେଟ, ସନ୍ଦେହ ଘେରରେ ପରିବହନ ବିଭାଗ - angul district news

ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ସେପଟେ ଜବତ ଗାଡିକୁ ମିଳୁଛି ଫିଟନେସ ପ୍ରମାଣପତ୍ର । ଅଧିକ ପଢନ୍ତୁ...

ଜବତ ଗାଡ଼ିକୁ ଫିଟନେସ ସାର୍ଟିଫିକେଟ, ସନ୍ଦେହ ଘେରରେ ପରିବହନ ବିଭାଗ

author img

By

Published : Mar 23, 2021, 8:44 AM IST

କେନ୍ଦୁଝର: ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ବଡ଼ବିଲ ଜଙ୍ଗଲ ବିଭାଗ ରେଞ୍ଜରଙ୍କ ଦ୍ଵାରା ଲୁହା ପଥର ଚୋରି ଅଭିଯୋଗରେ ପାଖାପାଖି ଏକ ମାସ ଆଗରୁ ଜବତ ହେଇଥିବା 5 ଟି ଟ୍ରକକୁ ଜବତ କରିଥିଲେ ।ଏହି ଜବତ ଟ୍ରକ ମଧ୍ୟରୁ ଅଦ୍ଭୁତ ଭାବେ ଦୁଇଟିର ଫିଟନେସ ସାର୍ଟିଫିକେଟ ହୋଇଛି । ଯାହାକି ଏହି ଟ୍ରକ ଦୁଇଟି ରେଞ୍ଜ ଅଫିସ କାର୍ଯ୍ୟାଳୟରେ ଥିବାବେଳେ ଏନେଇ ଜଙ୍ଗଲ ବିଭାଗ କିଛି ଦିନ ତଳେ ଥାନାରେ ଏକ ମାମଲା ରୁଜୁ କରିଥିଲା ।

ଜବତ ଗାଡ଼ିକୁ ଫିଟନେସ ସାର୍ଟିଫିକେଟ, ସନ୍ଦେହ ଘେରରେ ପରିବହନ ବିଭାଗ

କେନ୍ଦୁଝର ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ ଅନୁଯାଇ ଏହି ଜବତ ଟ୍ରକ ଗୁଡିକୁ ବ୍ଲାକ ଲିଷ୍ଟ କରା ଯାଇଛି । ଏତେ ସବୁ ଭିତରେ ଗାଡି ଦୁଇଟିର ଫିଟନେସ ହେଲା କିପରି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟ୍ରକର ଫିଟନେସ ଏକ ବର୍ଷ ପାଇଁ ଦିଆ ଯାଉଥିବା ବେଳେ ପରିବହନ ତଥ୍ୟ ଅନୁଯାୟୀ ଏହାର୍ ଫିଟନେସ 15 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଅଛି । ପରିବହନ ବିଭାଗ ନିୟମ ଅନୁସାରେ କୌଣସି ଗାଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖି ଫିଟନେସ ଯାଞ୍ଚ କରି ଫୋଟୋ ଉଠାଇବା ପରେ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କିନ୍ତୁ ବଡ଼ବିଲ ପରିବହନ କାର୍ଯ୍ୟାଳୟରେ ସବୁ ସମ୍ଭବ ହେଉଥିବା ଜଣାପଡ଼ିଛି । ବଡ଼ବିଲର ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ପରିସରରେ ଜବତ ଗାଡିର ମଧ୍ୟ ସଠିକ ସମୟରେ ଏହାର ଫିଟନେସ ମଧ୍ୟ ହୋଇଯାଇ ପାରୁଛି । ଯାହା ପରିବହନ ବିଭାଗକୁ ସନ୍ଦେହ ଘରେକୁ ଟାଣିଛି ।

ମିଳିଥିବା ସୂଚନା ଅନୁସାରେ ଗତ ଫେବୃଆରୀ ମାସ ୧୯ ତାରିଖ ରାତି ୧ଟା ୧୫ମିନିଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଅଧିକାରି ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ସେକ୍ସନ ରେ ଥିବା ଖେସେରା ସଂରକ୍ଷିତ ଜଙ୍ଗଲ ଅସେଇଁକଳା ଠାରେ ଚଢାଉ କରିଥଲେ । ଏବଂ ଏହି ଗାଡି ଗୁଡ଼ିକୁ ଜବତ କରି ବଡ଼ବିଲ ରେଞ୍ଜ ଅଫିସ କୁ ହସ୍ତାନ୍ତର କରୁଥିଲେ । କିନ୍ତୁ ଆଶ୍ଚର୍ଯ୍ ଭାବେ ORO9K7811 ଓ OR09K8711 ନମ୍ବର ବିଶିଷ୍ଟ ଦୁଇ ଟ୍ରକ କୁ ଗତ ୧୬ ତାରିଖରେ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଫିଟନେସ ସାର୍ଟିଫିକେଟ ଦେଇଛନ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଦୁର୍ନୀତି ନେଇ ଉଚ୍ଚ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ସହ ବଡ଼ବିଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଯାଞ୍ଚ କରାଗଲେ ବହୁ ତଥ୍ୟ ପଦାକୁ ଆସନ୍ତା ବୋଲି ମତପ୍ରକାଶ ପାଉଛି । ଏନେଇ ଜିଲ୍ଲା ପରିବହନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.