ETV Bharat / state

ପ୍ରଥମ ଉତ୍ତର ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା, ଭାଗନେଲେ 300ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ - ପ୍ରଥମ ଉତ୍ତର ଓଡିଶା ଟାଇକୋଣ୍ଡ ପ୍ରତିଯୋଗିତା

କେନ୍ଦୁଝରରେ ପ୍ରଥମ ଉତ୍ତର ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ । ଗୁଜୁରାଟୀ ସମାଜ ହଲରେ ୩ ଦିନ ଧରି ଚାଲିଲା ଟାଇକୋଣ୍ଡୋ ପ୍ରତିଯୋଗିତା । ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ କଲେ ଅଂଶ ଗ୍ରହଣ । ଅଧିକ ପଢ଼ନ୍ତୁ

ପ୍ରଥମ ଉତ୍ତର ଓଡିଶା ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ

author img

By

Published : Jun 12, 2022, 9:39 PM IST

କେନ୍ଦୁଝର: କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଅତ୍ୟନ୍ତ ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ ଆତ୍ମରକ୍ଷା କୌଶଳ ଶିକ୍ଷାର ମଧ୍ୟ ଆବଶ୍ୟକତା ଦେଖାଦେଇଛି । ତେବେ ଟାଇକୋଣ୍ଡୋରେ ଆତ୍ମରକ୍ଷା କୌଶଳ ସହଜରେ ଛାତ୍ରଛାତ୍ରୀ ଅବଗତ ହେଇପାରୁଥିବା ବେଳେ କେନ୍ଦୁଝରରେ ପ୍ରଥମ ଥର ପାଇଁ ଉତ୍ତର ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହରର ଗୁଜୁରାଟୀ ସମାଜ ହଲରେ ୩ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ଉତ୍ତର ଓଡିଶା ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ

ଏହି ଟାଇକୋଣ୍ଡୋ କୌଶଳକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଉତ୍ତର ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ,ଯାଜପୁର, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ସେନ୍ସର ଗାର୍ଡ ଆୟୋଜକଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଶେଷରେ ସମସ୍ତ ଉନ୍ନୀତ ପ୍ରତିଯୋଗୀଙ୍କୁ ମେଡାଲ ଓ ଟିମକୁ ଟ୍ରଫି ପ୍ରଦାନ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ଏଭଳି ପ୍ରତିଯୋଗିତାରେ ଭାଗ ନେଇ ସମସ୍ତ ଖେଳାଳି ବେଶ୍ ଉତ୍ସାହିତ ଥିବାବେଳେ ଅନେକ ଜ୍ଞାନ ଆହରଣ କରିଥିବା ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.